କାଲି ଆପ୍ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯିବେ କେଜ୍ରିୱାଲ, ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କଲେ
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି [...]
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ।
କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି ମୁଖ୍ୟାଳୟରେ ପହଞ୍ଚିବି। ଆପଣ ଆମ ମଧ୍ୟରୁ ଯାହାକୁ ଜେଲରେ ପୂରାଇବାକୁ ଚାହୁଁଛନ୍ତି ପୂରାଇ ଦିଅନ୍ତୁ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଦାବି କରିଛନ୍ତି ଯେ ବିଜେପି ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହୁଁଛି। ମୋଦୀଜୀ ଆମ ସହ ‘ଜେଲର ଖେଳ’ ଖେଳୁଛନ୍ତି।
ଆମ୍ ଆଦମୀ ପାର୍ଟି ଏକ ବିଚାର । ଆମ୍ ଆଦମୀ ପାର୍ଟି ଯେତେ ନେତାଙ୍କୁ ଜେଲ୍ ପଠାଯିବ, ତାହା ତୁଳନାରେ ସେତେ ଅଧିକ ନୂଆ ନେତା ବାହାରିବେ।
କେଜ୍ରିୱାଲ ଦାବି କରିଛନ୍ତିି ଯେ ବିଜେପି ଆପ୍ ନେତା ରାଘବ ଚଢ଼ା, ସୈାରଭ ଭରଦ୍ୱାଜ ଓ ଆତିଶୀଙ୍କୁ ଶୀଘ୍ର ଗିରଫ କରିବା ।
ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଗିରଫ ହେବାର ୫୦ ଦିନ ପରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ନିର୍ବାଚନରେ ପ୍ରଚାର କରିବାକୁ ଜାମିନ ପ୍ରଦାନ କରିଥିଲେ। କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତାଙ୍କୁ ଜୁନ୍ ୨ରେ ପୁଣି ଜେଲ ଯିବାକୁ ପଡ଼ିବ।
ସେପଟେ ଆପ୍ ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ପୋଲିସ ଶନିବାର କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାରଙ୍କୁ ଗିରଫ କରିଛି ।
ବଙ୍ଗୋପସାଗରରେ ଆସନ୍ତା ୨୨ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
Next ArticleOdisha: CPET 2024 to Be Held from July 3 to 14
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
