ନିର୍ବାଚନ ପୂର୍ବରୁ ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକ ଦମ୍ପତିଙ୍କୁ ଗୁଳି, ବିଜେପି ନେତାଙ୍କୁ ହତ୍ୟା
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶନିବାର (ମେ ୧୮) ରାତିରେ ଘଣ୍ଟାକ ମଧ୍ୟରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପ୍ରଥମ ଘଟଣା ଅନନ୍ତନାଗର ପହଲଗାମ ନିକଟରେ ଘଟିଥିଲା । ଏଠାରେ ଏକ ପର୍ଯ୍ୟଟନ ଶିବିରରେ ଆତଙ୍କବାଦୀମାନେ ଜଣେ ଦମ୍ପତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ର ଶିକାର ଦମ୍ପତି ରାଜସ୍ଥାନ ଜୟପୁରର ବାସିନ୍ଦା ଓ ଦୁହେଁ ରିସୋର୍ଟରେ ରହୁଥିଲେ। ମହିଳାଙ୍କ ନାମ ଫାରା ଏବଂ ତାଙ୍କ ସ୍ୱାମୀଙ୍କ ନାମ ତାବ୍ରେଜ | ସ୍ୱାମୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କ [...]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶନିବାର (ମେ ୧୮) ରାତିରେ ଘଣ୍ଟାକ ମଧ୍ୟରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପ୍ରଥମ ଘଟଣା ଅନନ୍ତନାଗର ପହଲଗାମ ନିକଟରେ ଘଟିଥିଲା । ଏଠାରେ ଏକ ପର୍ଯ୍ୟଟନ ଶିବିରରେ ଆତଙ୍କବାଦୀମାନେ ଜଣେ ଦମ୍ପତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ର ଶିକାର ଦମ୍ପତି ରାଜସ୍ଥାନ ଜୟପୁରର ବାସିନ୍ଦା ଓ ଦୁହେଁ ରିସୋର୍ଟରେ ରହୁଥିଲେ।
ମହିଳାଙ୍କ ନାମ ଫାରା ଏବଂ ତାଙ୍କ ସ୍ୱାମୀଙ୍କ ନାମ ତାବ୍ରେଜ | ସ୍ୱାମୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ପତ୍ନୀ ଫାରାଙ୍କ ଛାତି ଏବଂ କାନ୍ଧରେ ଆଘାତ ଲାଗିଛି। ତାଙ୍କ ଅବସ୍ଥା ସ୍ଥିର ଅଛି।
ଏହି ଘଟଣା ପରେ ଦମ୍ପତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ ବିଳମ୍ବିତ ରାତିରେ ଜିଏମସି ଅନନ୍ତନାଗକୁ ରେଫର୍ କରାଯାଇଥିଲା। ଏହା ପରେ ଦମ୍ପତିଙ୍କୁ ରବିବାର ସକାଳେ ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାର କିଛି ସମୟ ପରେ ଆତଙ୍କବାଦୀମାନେ ସୋପିଆନର ହେରପୋରାରେ ରାତି ପ୍ରାୟ ୧୦.୩୦ରେ ସ୍ଥାନୀୟ ବିଜେପି ନେତା ଐଜାଜ ଅହମ୍ମଦ ଶେଖଙ୍କୁ ଗୁଳିକରି ହତ୍ୟା କରିଥିଲେ। ଐଜାଜ ଅହମ୍ମଦ ଜଣେ ପୂର୍ବତନ ସରପଞ୍ଚ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସଦ୍ୟତମ ଆତଙ୍କବାଦୀ ଆକ୍ରମଣ ଚିନ୍ତାର କାରଣ ହୋଇଛି। ମେ ୨୦ରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନ୍ତର୍ଗତ ବାରାମୁଲ୍ଲା ଆସନରେ ଭୋଟ୍ ଗ୍ରହଣ ହେବ। ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଅନନ୍ତନାଗ-ରାଜୌରୀ ଆସନରେ ମତଦାନ ହେବ। ଏପ୍ରିଲ ୧୯ ଓ ୨୬ରେ ଉଧମପୁର ଏବଂ ଜମ୍ମୁରେ ମତଦାନ ହୋଇଥିବା ବେଳେ ମେ ୧୩ରେ ଶ୍ରୀନଗରରେ ଭୋଟ୍ ପଡ଼ିଥିଲା।
CM Naveen to Campaign In Keonjhar And Bhadrak Today
Next ArticleElections 2024: Naveen Addresses Public Meeting at Keonjhar, Seeks Support for BJD
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
