କେନ୍ଦୁଝର ସଦରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : କହିଲେ ବିକାଶ ବିଜେଡିର ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର
କେନ୍ଦୁଝର – କେନ୍ଦୁଝର ସଦରରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଛ ଓ ଅପପ୍ରଚାରକୁ ବିରୋଧୀ ଅସ୍ତ୍ର କରିଛନ୍ତି। ବିକାଶ ହେଉଛି ବିଜେଡିର ଅସ୍ତ୍ର। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସକେୱ।ଇ, [...]
କେନ୍ଦୁଝର – କେନ୍ଦୁଝର ସଦରରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଛ ଓ ଅପପ୍ରଚାରକୁ ବିରୋଧୀ ଅସ୍ତ୍ର କରିଛନ୍ତି। ବିକାଶ ହେଉଛି ବିଜେଡିର ଅସ୍ତ୍ର। ବିରୋଧୀଙ୍କ କୁମ୍ଭୀର କାନ୍ଦଣା ଆଉ ଚଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଏସକେୱ।ଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍ସନ, ଚାଉଳ କାର୍ଡ ଇତ୍ୟାଦି ବିଭିନ୍ନ ଜଲକଲ୍ୟାଣକାରୀ ଯୋଜନାର ସୁଫଳ ସଂପର୍କରେ ଜନମତ ନେଲେ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିଥିଲେ । ଭାବବିହ୍ବଳପୂର୍ଣ୍ଣ ‘ହଁ’ ରେ ପ୍ରତିଧ୍ବନିତ ହୋଇଥିଲା ସଭାସ୍ଥଳ । ଜୁଲାଇରୁ ବିଜୁଳ ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ ବୋଲି କହି ଆପଣଣାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ ନବୀନ। ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା’ ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ପଚାରିଥିଲେ । ବହୁତ ଭଲ ବୋଲି ଉଚ୍ଚ ସ୍ବରରେ ଉତ୍ତର ଦେଲେ ଜନତା ।
ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠାରୁ ଭଲ ଜାଗାରେ ଅଛନ୍ତି ଆଦିବାସୀ ଭାଇଭଉଣୀମାନେ । ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ । ଆଦିବାସୀ ଭାଇଭଉଣୀମାନଙ୍କ ଉପରୁ ୫୦ ହଜାର ଛୋଟ ବଡ ପୋଲିସ କେସ୍ ରଦ୍ଦ କରିଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି ।
ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି । ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ ବଡ କଥା କହୁଛନ୍ତି । ୧୦ ବର୍ଷ ତଳେ ବିଜେପି କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବୃଦ୍ଧି କରିବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ । ଭୋଟ ପାଇଁ ମିଛ କଥା କୁହନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରିଥାନ୍ତି । ଜୁନ ୯ ରେ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଓଡିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ । ଦ୍ବିତୀୟ ଦସ୍ତଖତ ହେବ ସମସ୍ତେ ବିଏସକେୱଇରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା । ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ ପାଣ୍ଡିଆନ ।
ବିଜେପି କହୁଛି ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ, ତା ପରେ ସୂର୍ଯ୍ୟକିରଣରୁ ପାଇବେ ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛି ବିଜେପି ବୋଲି ପାଣ୍ଡିଆନ କହିଥିଲେ।
Elections 2024: Naveen Addresses Public Meeting at Keonjhar, Seeks Support for BJD
Next Articleଆନନ୍ଦପୁରରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ ପ୍ରହାର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
