ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇଲା ସନରାଇଜର୍ସ
ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ [...]
ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ ଖାତା ଖୋଲିନପାରି ଅର୍ଶଦୀପ ସିଂଙ୍କ ବଲରେ ବୋଲ୍ଡ ହୋଇଥିଲେ । ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅଭିଷେକ ଶର୍ମା ୨୮ ବଲରେ ୫ ଚୌକା ଓ ୬ଟି ଛକା ସହ ବିସ୍ଫୋରକ ୬୬ ରନର ଇନିଂସ୍ ଖେଳି ହାଇଦ୍ରାବାଦ ଚେଜକୁ ସମ୍ଭାଳିଥିଲେ। ଅଭିଷେକ ସାଥୀ ଖେଳାଳି ରାହୁଲ ତ୍ରିପାଠୀ (୩୩)ଙ୍କ ସହ ଦ୍ବିତୀୟ ୱିକେଟ୍ ପାଇଁ ୩୦ ବିଲରେ ୭୨ ରନ୍ ଏବଂ ତୃତୀୟ ୱିକେଟ୍ ପାଇଁ ନୀତୀଶ କୁମାର ରେଡ୍ଡୀ (୩୭)ଙ୍କ ସହ ୩୧ଟି ବଲରେ ୫୭ ରନର ଭାଗିଦାରୀ କରି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ । ଏହାଛଡ଼ା କ୍ଲାସେନ୍ ୩ ଚୌକା ଓ ଦୁଇଟି ଛକା ସହ ୨୬ ବଲରେ ୪୨ ରନରେ ଇନିଂସ ସହ ଦଳର ବିଜୟରେ ଫିନିଶିଂ ଟଚ୍ ଦେଇଥିଲେ।
ପୂର୍ବରୁ ପ୍ଲେ ଅଫରେ ସ୍ଥାନ ପକ୍କା କରିସାରିଥିବା ସନରାଇଜର୍ସ ଏହି ଦମଦାର ବିଜୟ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି । ଦଳ ୧୪ଟି ମ୍ୟାଚରୁ ୧୭ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପଞ୍ଜାବ ୧୦ ପଏଣ୍ଟ ସହ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।
ସନରାଇଜର୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି । ତେବେ ଦଳ ଏହି ସ୍ଥାନ ବଜାୟ ରଖିବ କି ନାହିଁ ତାହା ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଓପନର୍ ପ୍ରଭସୀମ୍ରନ ସିଂ ୪୫ ବଲରେ ୭୧ ରନର ଇନିଂସ ଖେଳିଥିବା ବେଳେ ରୁସୋ ୪୯, ତାୟଡେ ୪୬ ଓ କାମଚଳା ଅଧିନାୟକ ଜିତେଶ ଶର୍ମା ଦ୍ରୁତ ୩୨ ରନ୍ କରିଥିଲେ ।
CM Congratulates Team Odisha on Winning Highest Number of Medals in India Skills 2024
Next Articleଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
