ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, କେହି ବି ଜୀବିତ ନଥିବା ସୂଚନା
ତେହେରାନ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବିଦେଶ ମନ୍ତ୍ରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଦାବି କରିଛି। ବହୁ ଘଣ୍ଟାର ଉଦ୍ୟମ ପରେ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି । ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ରବିବାର ଇରାନ ସୀମାନ୍ତ ଆଜରବାଇଜାନର ଘଞ୍ଚ ତଥା ପାର୍ବତ୍ୟ [...]
ତେହେରାନ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବିଦେଶ ମନ୍ତ୍ରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଇରାନ ଗଣମାଧ୍ୟମ ଦାବି କରିଛି। ବହୁ ଘଣ୍ଟାର ଉଦ୍ୟମ ପରେ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି । ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ରବିବାର ଇରାନ ସୀମାନ୍ତ ଆଜରବାଇଜାନର ଘଞ୍ଚ ତଥା ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ବ୍ୟତୀତ ଇରାନର ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଥିଲେ। ପାଗ ଖରାପ ଯୋଗୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିବା ପାଇଁ ଏକ ବହୁ ସ୍ତରୀୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପାଗରେ ସୁଧାର ଆସିବା ପରେ ସୋମବାର ସକାଳେ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଛନ୍ତିି।
ଇରାନର ରେଡକ୍ରସର ମୁଖ୍ୟଙ୍କ କହିବାନୁସାରେ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ହେଲିକପ୍ଟର ଧ୍ୱଂସାବଶେଷ ଠାବ କରିଛି। ଉଦ୍ଧାରକାରୀ ଦଳରୁ ଆମେ ଭିଡିଓ ପାଇଛୁ | ଦୁର୍ଘଟଣା ପରେ ହେଲିକପ୍ଟର ପୁରା ଜଳି ଯାଇଛି। ଇରାନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ‘ଆଇଆରଏନଏନ’ ଏବଂ ନ୍ୟୁଜ ଏଜେନ୍ସି ମେହେର ନ୍ୟୁଜ ମୁତାବକ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଦୁର୍ଘଟଣାସ୍ଥଳରେ କେହି ଜୀବିତ ନାହାଁନ୍ତି।
ରାଷ୍ଟ୍ରପତି ଇବ୍ରାହିମ ରଇସି ରବିବାର ଆଜରବାଇଜାନରେ ଏକ ଦୁଇଟି ଡ୍ୟାମର ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଇରାନର ରାଜଧାନୀ ତେହେରାନ ଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଆଜରବାଇଜାନ ସୀମାରେ ଥିବା ଜୁଲଫା ସହର ନିକଟରେ ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ହେଲିକେପ୍ଟରରେ ରାଷ୍ଟ୍ରପତି ରଇସିଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ହୋସେନ୍ ଅମିରାବଦୁଲିୟାନଙ୍କ, ଇରାନର ପୂର୍ବ ଆଜରବାଇଜାନ ପ୍ରଦେଶର ରାଜ୍ୟପାଳ ତଥା ଅନ୍ୟ ଅଧିକାରୀ ତଥା ଅଙ୍ଗରକ୍ଷୀମାନେ ଥିଲେ।
୬୩ ବର୍ଷୀୟ ଇବ୍ରାହିମ ରଇସି ଜଣେ ଚରମପନ୍ଥୀ ନେତା ଭାବେ ପରିଚିତ। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ୮୫ ବର୍ଷ ବୟସ୍କ ଆୟତୋଲ୍ଲା ଅଲି ଖାମେନିଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ କରାଯାଉଥିଲା । ରଇସି ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ।
ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୮ ରାଜ୍ୟର ୪୯ ଆସନରେ ଚାଲିଛି ଭୋଟ ଗ୍ରହଣ; ରାଜନାଥ, ସ୍ମୃତି, ରାହୁଲଙ୍କ ଭାଗ୍ୟ ପରୀକ୍ଷା
Next ArticleElections 2024: 6.87 Percent Voter Turnout Reported In Odisha Till 9 AM
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
