ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର। ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ହିଞ୍ଜିଳି), ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ (ଭଞ୍ଜନଗର), ପୂର୍ବତନ ମନ୍ତ୍ରୀ ତଥା ଲଗାତାର ତୃତୀୟ ଥର ନିର୍ବାଚନ ଲଢୁଥିବା ଶ୍ରୀକାନ୍ତ ସାହୁ (ପୋଲସରା) ପ୍ରମୁଖ ରହିଛନ୍ତି। ଏହି ନିର୍ବାଚନରେ ବିଜେଡିର ଜଣେ ସାଂସଦ ଓ ୫ ଜଣ ବିଧାୟକ ମହିଳା ପ୍ରାର୍ଥୀ ରହିଥିବା ବେଳେ ବିଜେପିର ଜଣେ ମାତ୍ର ସାଂସଦ ମହିଳା ପ୍ରାର୍ଥୀ ଓ କଂଗ୍ରେସର ଜଣେ ମାତ୍ର ବିଧାୟକ ମହିଳା ପ୍ରାର୍ଥୀ ରହିଛନ୍ତି। କହିବାକୁ ଗଲେ ଏହି ଲୋକସଭା ଆସନ ନିର୍ବାଚନ ଏକପ୍ରକାର ମହିଳା ସଶକ୍ତୀକରଣର ଲଢେଇ ଭାବେ ପରିଗଣିତ ହେଉଛି।

ଲୋକସଭା ନିର୍ବାଚନରେ ବିଜେଡିରୁ ରଞ୍ଜିତା ସାହୁ, ବିଜେପିରୁ ଅନିତା ଶୁଭଦର୍ଶିନୀ, କଂଗ୍ରେସରୁ ଦେବକାନ୍ତ ଶର୍ମା ଓ ସିପିଆଇରୁ ରାମକୃଷ୍ଣ ପଣ୍ଡା ଭୋଟ ଲଢେଇରେ ଅଛନ୍ତି। ସେମାନଙ୍କ ମଧ୍ୟରେ ରଞ୍ଜିତା ଓ ଦେବକାନ୍ତ ନୂଆ ଚେହେରା ଥିବା ବେଳେ ଅନ୍ୟ ଦୁଇ ଚେହେରା ପୁଣି ଥରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ସୋରଡ଼ାକୁ ବାଦ୍ ଦେଲେ ଅନ୍ୟ ୭ଟି ଆସନରେ ଗତଥର ବିଧାୟକ/ବିଧାୟିକା ନିର୍ବାଚିତ ହୋଇଥିବା ପ୍ରାର୍ଥୀ ଏଥର ପୁଣି ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସୋରଡ଼ାରେ ଗତଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ ବିଜେଡି ଟିକଟରେ ଲଢୁଛନ୍ତି। ସେହିପରି ଉପରୋକ୍ତ ୮ଟି ବିଧାନସଭା ଆସନ ମଧ୍ୟରୁ ସାନଖେମୁଣ୍ଡିରେ କଂଗ୍ରେସ ଜିଣିଥିବା ବେଳେ ଅନ୍ୟ ୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଥିଲା।
ଆଜି ସକାଳୁ ବିଭିନ୍ନ ସ୍ଥାନରେ ନିଜ ନିଜର ବୁଥରେ ପ୍ରାର୍ଥୀମାନେ ଭୋଟଦାନ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮ଟି ନିର୍ବାଚନ ମଣ୍ଡଳୀର ୧୯୫୭ ବୁଥରେ ୧୯ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ଜଣ ଡିଏସପିଙ୍କୁ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ କରାଯାଇଛି। ମୋଟରେ ୮ ଜଣ ଏଏସପି, ୩୮ ଜଣ ଆଇଆଇସି ବା ସେକ୍ଟର୍ ଅଫିସର୍, ୨୮୬ ଜଣ ଏସ୍ଆଇ ଓ ଏଏସ୍ଆଇ, ୧୮୭୨ କନଷ୍ଟେବଳ ଓ ହୋମଗାର୍ଡ ସମେତ ୧୬୫ ମୋବାଇଲ୍ ପାଟ୍ରୋଲିଂ ପାର୍ଟି ମୁତୟନ ହୋଇଛନ୍ତି। ମୋଟ ୧୮ ଲକ୍ଷ ୬୦ ହଜାର ୪୨୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବା ସୁଯୋଗ ପାଇଛନ୍ତି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ୩୩.୯୭ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
Peaceful Voting Underway in Odisha’s Five LS Seats, 35 Assembly Constituencies
Next Articleଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
