न्यूज़रूम ओडिशा
ब्रेकिंग
ओडिया समाचार

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କୁ ଜଣେ ମଣିଷର ଭକ୍ତ ବୋଲି ଅଭିହିତ କରିବା ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅପମାନଜନକ ମନ୍ତବ୍ୟ ଓଡ଼ିଶା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। [...]

Admin•20 मई 2024
Share Article:

ଭୁବନେଶ୍ୱର – ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କୁ ଜଣେ ମଣିଷର ଭକ୍ତ ବୋଲି ଅଭିହିତ କରିବା ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅପମାନଜନକ ମନ୍ତବ୍ୟ ଓଡ଼ିଶା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ମହାନ ପ୍ରତୀକ। ମହାପ୍ରଭୁ ଜଣେ ବ୍ୟକ୍ତିବିଶେଷଙ୍କ ଭକ୍ତ ବୋଲି କହିବା ସଂପୂର୍ଣ୍ଣ ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଏଭଳି ବିବୃତିକୁ ସେ ଦୃଢ଼ ଭାବେ ନିନ୍ଦା କରନ୍ତି ବୋଲି ନବୀନ କହିଛନ୍ତି। ଭଗବାନଙ୍କୁ କୈାଣସି ରାଜନୀତିରୁ ଉପରେ ରଖିବାକୁ ବିଜେପିକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବିତ ପାତ୍ର ଏଭଳି ମନ୍ତବ୍ୟ ଦେଇ ଓଡ଼ିଆ ଅସ୍ମିତାକୁ ଆଘାତ ଦେଇଛନ୍ତି। ଓଡିଶାବାସୀ ଏହାକୁ ନିନ୍ଦା କରିବା ସହ ସବୁଦିନ ପାଇଁ ମନେରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

#Odia#Odisha#News
Share Article:

Related Articles