न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ

ଭୁବନେଶ୍ବର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା। ସୋମବାର ରାଜ୍ୟର ୫ ଲୋକସଭା କ୍ଷେତ୍ର ଏବଂ ଏସବୁ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା। ବରଗଡ଼ ଲୋକସଭା ଆସନରେ ସର୍ବାଧିକ [...]

Admin•21 मई 2024
Share Article:

ଭୁବନେଶ୍ବର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୭ ଦଶମିକ ୫୯ ପ୍ରତିଶତ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର କମ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା।

ସୋମବାର ରାଜ୍ୟର ୫ ଲୋକସଭା କ୍ଷେତ୍ର ଏବଂ ଏସବୁ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ମତଦାନ ହୋଇଥିଲା। ବରଗଡ଼ ଲୋକସଭା ଆସନରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ଆସ୍କାରେ ସବୁଠୁ କମ୍ ୫୫.୬୫ ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ଼ରେ ୬୧.୫୩, କନ୍ଧମାଳରେ ୫୭.୪୬ ଏବଂ ବଲାଙ୍ଗିରରେ ୬୧.୩୫ପ୍ରତିଶତ ମତଦାନ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରିମଣ୍ଡଳର କେତେକ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନରେ ୪୦ ଓ ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ ।

#Odia#Odisha#News
Share Article:

Related Articles