ପାଟଣାରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ, ଆଦିବାସୀଙ୍କ ଉନ୍ନତି ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପାଟଣାରେ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ଲୋକଙ୍କ ପାଖରେ ସେ ଋଣୀ ବୋଲି ପାଣ୍ଡିଆ ନ କହିଥିଲେ। ଜନସଭାରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ [...]
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ପାଟଣାରେ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ଲୋକଙ୍କ ପାଖରେ ସେ ଋଣୀ ବୋଲି ପାଣ୍ଡିଆ ନ କହିଥିଲେ। ଜନସଭାରେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ ଦେବସ୍ଥଳୀକୁ ଭବିଷ୍ୟତ ପୀଢ଼ି ପାଇଁ ସୁରକ୍ଷିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଉଦ୍ୟମ କରିଛନ୍ତି । ଏସ୍.ଡି.ସି. ଗଠନ କରିଛନ୍ତି । ଭାରତର ଅନ୍ୟ କୌଣସି ରାଜ୍ୟରେ ଏସ୍.ଡି.ସି. ନାହିଁ ବୋଲି ପାଣ୍ଡିଆନ କହିଥିଲେ।ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ୫୦ ହଜାରରୁ ଅଧିକ କେଶ ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି । କେବଳ ନବୀନ ବାବୁ ହିଁ ଏପରି କରିପାରିବେ ବୋଲି ପାଣ୍ଡିଆନ କହିଥିଲେ।
ହଜାର ହଜାର ଆଦିବାସୀ ହଷ୍ଟେଲ ଓଡ଼ିଶାରେ ନବୀନ ବାବୁ କରିଛନ୍ତି । ସବୁଠାରୁ ଅଧିକ ଗାର୍ଲସ୍ ହଷ୍ଟେଲ ଓଡ଼ିଶାରେ ଅଛି । ସେବା ପାଇଁ ନବୀନବାବୁ ଏହା କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।
ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ଲାଭ ଯୋଜନା କରାଯାଇଛି । କେହି ଠକି ପାରିବେ ନାହିଁ । କାରଣ ନବୀନ ବାବୁ ଆଖି ରଖିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ସଭାକୁ ସମ୍ବୋଧିତ କରି କହିଥିଲେ।
ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ । ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି । ମସଜିଦ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି ।
ସେ ହିସାବ ଦେଉଛନ୍ତି , ଅନ୍ୟ କେହି ହିସାବ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି। ସବୁ ହାଇସ୍କୁଲ ୫-ଟିରେ ରୂପାନ୍ତରଣ ହୋଇଛି ।
ଆମ ହସ୍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି । ଏ ସବୁ ନୂଆ ଓଡ଼ିଶାର ନମୂନା ବୋଲି ପାଣ୍ଡିଆନ କହିଥିଲେ।
୫ ଟଙ୍କାରେ ମା’ ମାନେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ । ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି ।
ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ଆପଣମାନଙ୍କ ବୋଝ ହାଲକା କରବା ପାଇଁ ସେ ପଦକ୍ଷେପ ନେଉଛନ୍ତି ।
ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍ ଛାଡ଼୍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍ସନ୍ ବ୍ୟବସ୍ଥା କରାଯିବ ବୋଲି ନିଜ ଭାଷଣରେ ଉଲ୍ଲେଖ କରିଥିଲେ ପାଣ୍ଡିଆନ।
ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଏଭଳି ମହାନ ନେତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅପିଲ କରିଥିଲେ ପାଣ୍ଡିଆନ।
ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ଅଭିଯୁକ୍ତର ବାପା ଗିରଫ
Next Articleମମତା ବାନାର୍ଜୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୪ ଘଣ୍ଟା ପ୍ରଚାର ମନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
