न्यूज़रूम ओडिशा
ब्रेकिंग
ओडिया समाचार

ପ୍ରଥମ ଥର ୭୪ ହଜାର ଟପିଲା ସୁନା ଦର, ରୁପା ୯୦ ହଜାର ପାର

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଏବଂ ରୁପା ଦର। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ ଅନୁଯାୟୀ, ଆଉ ୮୩୯ ଟଙ୍କା ବୃଦ୍ଧି ସହ ୧୦ ଗ୍ରାମ ପିଛା ସୁନା ଦର ୭୪,୨୨୨ ଟଙ୍କା ହୋଇଯାଇଛି। ସୁନା ଦର ପ୍ରଥମ ଥର ୭୪ ହଜାର ଟପିଛି । ରୁପା ଦର ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି | ରୁପା ଆଉ ୬,୦୭୧ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୯୨,୪୪୪ ଟଙ୍କାରେ [...]

Admin•21 मई 2024
Share Article:

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଏବଂ ରୁପା ଦର। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ ଅନୁଯାୟୀ, ଆଉ ୮୩୯ ଟଙ୍କା ବୃଦ୍ଧି ସହ ୧୦ ଗ୍ରାମ ପିଛା ସୁନା ଦର ୭୪,୨୨୨ ଟଙ୍କା ହୋଇଯାଇଛି। ସୁନା ଦର ପ୍ରଥମ ଥର ୭୪ ହଜାର ଟପିଛି ।

ରୁପା ଦର ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି | ରୁପା ଆଉ ୬,୦୭୧ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୯୨,୪୪୪ ଟଙ୍କାରେ ପହଞ୍ଚିଛି | ଏହାପୂର୍ବରୁ ସୋମବାର ରୁପା ଦର କିଲୋ ପିଛା ୮୬,୩୭୩ ଟଙ୍କା ଥିଲା।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ଆଗାମୀ ଏକ ବର୍ଷରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ | ରୂପା ଦର ମଧ୍ୟ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କା ଛୁଇଁପାରେ ।

#Odia#Odisha#News
Share Article:

Related Articles