ଜାତି, ଧର୍ମ ଆଧାରରେ ପ୍ରଚାରରୁ ନିବୃତ୍ତ ରହିବାକୁ ବିଜେପି, କଂଗ୍ରେସକୁ କହିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ [...]
ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ ଅଭିଯୋଗ କରିବାର ପ୍ରାୟ ଏକ ମାସ ପରେ କମିଶନ ଦୁଇ ଦଳକୁ ଏଭଳି ତାଗିଦ୍ କରିଛନ୍ତିି।
ରାଜସ୍ଥାନର ବାଂସଓ୍ବାଡା ଠାରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭାଜନକାରୀ ଭାଷଣ ସମ୍ପର୍କରେ କଂଗ୍ରେସ ଅଭିଯୋଗ କରିଥିଲା। ଏନେଇ କମିଶନ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ନୋଟିସ ଜାରି କରି ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଯଥାର୍ଥ ବୋଲି କହି ନଡ୍ଡା ଇସି ନୋଟିସର ଜବାବ ଦେଇଥିଲେ । ପ୍ରାୟ ଏକ ମାସ ପରେ କମିଶନ ନଡ୍ଡାଙ୍କ ଦ୍ବାରା ଦାଖଲ ଜବାବ ଖାରଜ କରିଛନ୍ତି । ତାଙ୍କୁ (ନଡ୍ଡା) ଏବଂ ତାଙ୍କ ଦଳର ଷ୍ଟାର ପ୍ରଚାରକ ମାନଙ୍କୁ ଧାର୍ମିକ ଏବଂ ସାମ୍ପ୍ରଦାୟିକ ଆଧାରରେ ପ୍ରଚାର ନ କରିବାକୁ କହିଛନ୍ତିି କମିଶନ। ସମାଜକୁ ବିଭାଜନ କଲା ଭଳି ନିର୍ବାଚନୀ ଭାଷଣ ବନ୍ଦ କରିବାକୁ ବିଜେପିକୁ କହିଛନ୍ତିି କମିଶନ।
ନଡ୍ଡାଙ୍କ ବ୍ୟତୀତ ନିର୍ବାଚନ କମିଶନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ। ତାଙ୍କ ମନ୍ତବ୍ୟ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି କରିଥିବା ଅଭିଯୋଗର ଜବାବ ଦେବାକୁ ଖଡ଼ଗେଙ୍କୁ କହିଥିଲେ କମିଶନ। ଏନେଇ କଂଗ୍ରେସ ସଭାପତି ଖଡ଼ଗେ ଦେଇଥିବା ଜବାବ ଓ ଯୁକ୍ତିକୁ ମଧ୍ୟ କମିଶନ ଖାରଜ କରିଛନ୍ତି । ଦେଶର ସୁରକ୍ଷା ବାହିନୀକୁ ରାଜନୀତିକରଣ ନ କରିବା ଏବଂ ସଶସ୍ତ୍ର ବାହିନୀର ସାମାଜିକ-ଅର୍ଥନୈତିକ ଗଠନ ସମ୍ପର୍କରେ ବିଭାଜନକାରୀ ବୟାନ ନଦେବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି କମିଶନ।
କମିଶନ କଂଗ୍ରେସକୁ କହିଛନ୍ତି ଯେ ଏହାର ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ଏଭଳି ବୟାନରୁ ନିବୃତ୍ତ ରୁହନ୍ତୁ ଯାହା ଦ୍ବାରା ସମ୍ବିଧାନ ଉଚ୍ଛେଦ ହୋଇଯିବ ବୋଲି ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେବ।
କଂଗ୍ରେସ ଓ ବିଜେପି ସେମାନଙ୍କ ନିଜ ଷ୍ଟାର ପ୍ରଚାରକ ମାନଙ୍କୁ ନିଜ ଭାଷଣ ପ୍ରତି ଯତ୍ନବାନ ହେବା ଓ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିର୍ବାଚନ କମିଶନ ଉଭୟ ଦଳର ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି।
ବିଜେପିର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସମାଲୋଚନାର ତାତ୍ସଲ୍ୟ ଭରା ଜବାବ ଦେଲେ ନବୀନ
Next Articleଗୃହ ମନ୍ତ୍ରାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
