ବିଏମସିର ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ, ମଶା ବଂଶ ଉତ୍ପତ୍ତିସ୍ଥଳ ଧ୍ୱଂସ କରିବା ଉପରେ ଗୁରୁତ୍ବ
ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ କାଳ ବୈଶାଖିର ପ୍ରକୃତିକୁ ନେଇ ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାକେଶ ପ୍ରଭାକର ପାଟିଲଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କମିଶନର ପରିମଳ ତକ୍ଟର ମନୋରଂଜନ ସାହୁ ,ପିଏଚ୍ଓ ଡାକ୍ତର ନୀଳମଣି ସେନାପତି , ଡାକ୍ତର ଦେବିକାରାଣୀ ଧମାଲ [...]
ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ କାଳ ବୈଶାଖିର ପ୍ରକୃତିକୁ ନେଇ ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାକେଶ ପ୍ରଭାକର ପାଟିଲଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କମିଶନର ପରିମଳ ତକ୍ଟର ମନୋରଂଜନ ସାହୁ ,ପିଏଚ୍ଓ ଡାକ୍ତର ନୀଳମଣି ସେନାପତି , ଡାକ୍ତର ଦେବିକାରାଣୀ ଧମାଲ ଏବଂ ଆସିଷ୍ଟାଣ୍ଟ କମିଶନର ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ସଠିକ ସମୟରେ ଅର୍ଥାତ ଜୁନ୍ ପ୍ରଥମ ସପ୍ତାହରୁ ମୌସୁମୀ ଆସିବାର ସମ୍ଭାବନା ଥିବାରୁ ବିଏମ୍ସି ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନକୁ ଜୋରଦାର କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ଏହି ପରିପ୍ରେକ୍ଷୀରେ ତିନିଟିଯାକ ଜୋନ୍ର ବିଭିନ୍ନ ୱାର୍ଡରେ ଯେଉଁସବୁ ଖାଲଖମା ରହିଛି ଏବଂ ଅଳିଆ ଜମି ରହୁଛି ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ବିଭିନ୍ନ ପଦକ୍ଷେପ ମଧ୍ୟରେ ବିଭିନ୍ନ ସ୍ଥାନରେ ଅବ୍ୟବହୃତ ଭାବେ ପଡିଥିବା କିମ୍ବା ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ଅଳିଆ ଆବର୍ଜନା ତୁରନ୍ତ ସ୍ଥାନାନ୍ତର କରିବାକୁ କଡା ନିର୍ଦେଶ ଦିଆଯାଇଛି । ଗୋଷ୍ଠୀ ସଚେତନତା ପାଇଁ ପୂର୍ବ ବର୍ଷଗୁଡିକ ଭଳି ଅଭିଯାନକୁ ଜୋରଦାର କରିବାକୁ କୁହାଯାଇଛି । ଏଥିରେ ଆଶାକର୍ମୀ ଅଙ୍ଗନୱାତି କର୍ମୀଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବା , ଆବାସିକ ସଂଗଠନ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ଘରକୁ ଘର ପରିଦର୍ଶନ କରାଯିବା ସହିତ ମଶା ବଂଶ ବୃଦ୍ଧି ଉପଗୁଡିକୁ ନଷ୍ଟ କରିବାକୁ କୁହାଯାଇଛି । ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ତିନୋଟିଯାକ କୋଳରେ ‘ ନିଧି ରଥ ‘ ବୁଲାଯାଇ ସଚେତନତା ବର୍ଷା ଦିଆଯିବ । ଏହା ସାଙ୍ଗକୁ ମୋବାଇଲ ଫୋନ୍ରେ ଫୋନ୍ ବାର୍ତ୍ତା ଏବଂ ପଥପ୍ରାନ୍ତ ନାଟକ କର ଯିବା ସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ । ବର୍ଜ୍ୟ ପୃଥକୀକରଣ ଏବଂ ଡେଙ୍ଗୁ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନର , ୱାର୍ଡ ଅଫିସର ଓ ଏସ୍ଆଇମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଡ୍ରେନ୍ ସଫେଇ ଓ ପଙ୍କୋଦ୍ଧାର , ବୁଶ୍ କଟିଂ , ବର୍ଜ୍ୟ ଉଠାଇବା ଠିକ୍ ଭାବେ ହେଉଛି କି ନାହିଁ , ଆଦି ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟର ସମୀକ୍ଷାକରି ରିପୋର୍ଟ ଦେବାକୁ ସମସ୍ତ ଜୋନ୍ର ତେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛି କମିଶନର । ଜୁନ୍ ୮ ତାରିଖ ପରଠାରୁ ଏହି ସବୁ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ନିଷ୍ପରି ନିଆଯାଇଛି ।
Cuttack MP Was in BJD Physically, But Mentally He was in BJP: Kartik Pandian
Next Articleଅନ୍ତରୀଣ ଜାମିନରେ ଜେଲରୁ ଆସିଲେ ନାରାୟଣ ରେଡ୍ଡୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
