न्यूज़रूम ओडिशा
ब्रेकिंग
ओडिया समाचार

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ମେଗା ରୋଡ୍ ଶୋ’

ଭୁବନେଶ୍ୱର – ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ମେଗା ରୋଡ୍ ଶୋ’। ରାଜଧାନୀରେ ଗତ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ତୃତୀୟ ଥର ପାଇଁ ରୋଡ୍ ଶୋ’ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ସ୍ୱତନ୍ତ୍ର ଭାବେ ଡିଜାଇନ୍ କରଯାଇଥିବା ବସ୍ ରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିଥିଲେ । ଶୈଳଶ୍ରୀ ପେଟ୍ରୋଲ ପମ୍ପ ଛକ, ଜାଭିୟର ଛକ, ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ [...]

Admin•22 मई 2024
Share Article:

ଭୁବନେଶ୍ୱର – ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ମେଗା ରୋଡ୍ ଶୋ’। ରାଜଧାନୀରେ ଗତ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ତୃତୀୟ ଥର ପାଇଁ ରୋଡ୍ ଶୋ’ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି।

ସ୍ୱତନ୍ତ୍ର ଭାବେ ଡିଜାଇନ୍ କରଯାଇଥିବା ବସ୍ ରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିଥିଲେ । ଶୈଳଶ୍ରୀ ପେଟ୍ରୋଲ ପମ୍ପ ଛକ, ଜାଭିୟର ଛକ, ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକ ଓ ଡମଣା ଛକ ଦେଇ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ । ପଟିଆ ଛକରେ ଶେଷ ହୋଇଥିଲା ରୋଡ୍ ଶୋ’। ହଜାର ହଜାର ଲୋକ ରାସ୍ତା ପାର୍ଶ୍ଵରେ ଛିଡା ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେଡି ସୁପ୍ରିମୋ ତାଙ୍କ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହି ଦଳକୁ ପୁଣି ଆଶୀର୍ବାଦ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏଥର ଜୁଲାଇରୁ ବିଦ୍ୟୁତ ବିଲ୍ ଦେବାକୁ ପଡିବ ନାହିଁ ବୋଲି ଲୋକଙ୍କୁ ମନେ ପକାଇ ଦେଇଥିଲେ ନବୀନ । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ପାଇବେ ବୋଲି ନବୀନ କହିଥିଲେ।

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଓ ଅନ୍ୟ ନେତାମାନେ ଆଜିର ରୋଡ୍ ଶୋ’ରେ ସାମିଲ ହୋଇଥିଲେ।

#Odia#Odisha#News
Share Article:

Related Articles