न्यूज़रूम ओडिशा
ब्रेकिंग
ओडिया समाचार

ନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ପୂର୍ବତନ ଜେଇଙ୍କୁ ଜେଲ୍

ଭୁବନେଶ୍ୱର – ନୟାଗଡ଼ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ପୂର୍ବତନ ବୈଷୟିକ ଉପଦେଷ୍ଟା ( ଜେଇ) ରବିନାରାୟଣ ବରାଡ ଏକ ଲାଞ୍ଚ ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଲାଞ୍ଚ ମାମଲାରେ ରବିନାରାୟଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ କୋର୍ଟ ରବିନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ [...]

Admin•23 मई 2024
Share Article:

ଭୁବନେଶ୍ୱର – ନୟାଗଡ଼ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ପୂର୍ବତନ ବୈଷୟିକ ଉପଦେଷ୍ଟା ( ଜେଇ) ରବିନାରାୟଣ ବରାଡ ଏକ ଲାଞ୍ଚ ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା । ଲାଞ୍ଚ ମାମଲାରେ ରବିନାରାୟଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ କୋର୍ଟ ରବିନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଚାରି ମାସ ତାଙ୍କୁ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ତାଙ୍କୁ ଆଉ ୧ ବର୍ଷ ସଶ୍ରମ ଜେଲ୍ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଦେଇପାରିଲେ ଆଉ ଦୁଇମାସ ଜେଲରେ ରହିବାକୁ ପଡ଼ିବ।

ଦୋଷୀ ରବିନାରାୟଣ ବରାଡ ନୟାଗଡ଼ ଜିଲ୍ଲାର ରଗଡିଗଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଜଣେ ଶିକ୍ଷକଙ୍କୁ ୟୁଟିଲାଇଜେସନ ସାର୍ଟିଫିକେଟ ସମ୍ପର୍କିତ ଫାଇଲ ପତ୍ର କାମ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ଶିକ୍ଷକ ଭିଜିଲାନ୍ସରେ ଫେରାଦ ହୋଇଥିଲେ। ଏହାପରେ ରବିନାରାୟଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ।

#Odia#Odisha#News
Share Article:

Related Articles