ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବା ପାଇଁ ଇସିକୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୱେବସାଇଟରେ ବୁଥ୍ଓ୍ବାରି ମତଦାନ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୱେବସାଇଟରେ ବୁଥଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟରେ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନ ପାଇଁ କଷ୍ଟକର ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ଅବକାଶ [...]
ନୂଆଦିଲ୍ଲୀ: ୱେବସାଇଟରେ ବୁଥ୍ଓ୍ବାରି ମତଦାନ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।
ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୱେବସାଇଟରେ ବୁଥଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟରେ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନ ପାଇଁ କଷ୍ଟକର ହେବ ବୋଲି କୋର୍ଟ କହିଛନ୍ତି।
ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାରୁ ଏହି ସମୟରେ ଆମେ ନିର୍ବାଚନ କମିଶନଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବୁ ନାହିଁ।
ଏନଜିଓ ‘ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଆର୍ଡି) ଦ୍ୱାରା ଦାଖଲ ଏକ ଅନ୍ତରୀଣ ଆବେଦନ (ଏଆଇ)କୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିଛନ୍ତି । ନିର୍ବାଚନ ପରେ ଏହା ନିୟମିତ ଖଣ୍ଡପୀଠ ସମ୍ମୁଖରେ ତାଲିକାଭୁକ୍ତ କରାଯିବ। କୋର୍ଟ କହିଛନ୍ତି ଯେ ଆବେଦନରେ କରାଯାଇଥିବା ଅନୁରୋଧ ଏହି ମାମଲାରେ ୨୦୧୯ ଠାରୁ ବିଚାରାଧୀନ ଥିବା ମୁଖ୍ୟ ଆବେଦନ ସହ ସମାନ। ତେଣୁ ମୁଖ୍ୟ ଆବେଦନ ସହିତ ଏହି ମାମଲାର ଶୁଣାଣି କରାଯିବ।
ଖଣ୍ଡପୀଠ କହିଛନ୍ତି, ୱେବସାଇଟରେ ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟ ପାଇଁ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନଙ୍କ ପାଇଁ କଷ୍ଟକର ହେବ। ଏଆଇ(ଅନ୍ତରୀଣ ଆବେଦନ)ରେ କୌଣସି ଆଦେଶ ଦେବା ବିଚାରାଧୀନ ଥିବା ମୁଖ୍ୟ ଆବେଦନରେ ଆଦେଶ ଦେବା ସହ ସମାନ ହେବ।
ସୁପ୍ରିମକୋର୍ଟ ମେ ୧୭ରେ ଆବେଦନକାରୀ ଏନଜିଓର ପିଟିସନ ଉପରେ ନିର୍ବାଚନ କମିଶନଙ୍କ ଠାରୁ ଜବାବ ମାଗିଥିଲେ । ପ୍ରତି ପର୍ଯ୍ୟାୟ ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ କମିଶନଙ୍କ ୱେବସାଇଟରେ ବୁଥ୍ଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ଅନୁରୋଧ କରିଥିଲେ।
ଆବେଦନକାରୀ ଏଡିଆର୍ ଏହାର ୨୦୧୯ ଜନସ୍ବାର୍ଥ ମାମଲା ଅଧୀନ ଏକ ଅନ୍ତରୀଣ ଆବେଦନ(ଏଆଇ) କରିଥିଲା, ଯେଉଁଥିରେ ଭୋଟ୍ ଦେବା ପରେ ପ୍ରତି ମତଦାନ କେନ୍ଦ୍ରର ଫର୍ମ ୧୭-ସିର ପଠନଯୋଗ୍ୟ ସ୍କାନ୍ କପି ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଥିଲା ।
Arabinda Padhee Assumes Additional Charge as Chief Administrator of SJTA
Next ArticleOdisha Police Makes Elaborate Security Arrangements for Smooth Conduct of Third Phase Elections
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
