ନିର୍ବାଚନ ସମୟରେ ଅବକାରୀ ଧରପଗଡ; ଚଳିତମାସରେ ରେକର୍ଡ ପରିମାଣର ବେଆଇନ ନିଶା ସାମଗ୍ରୀ ଜବତ
ଭୁବନେଶ୍ୱର – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଏଥି ଯୋଗୁଁ ରାଜ୍ୟରେ ମଦ, ଗଞ୍ଜେଇ ଓ ହେରୋଇନ ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି। ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨,୪୯,୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨,୬୧୩ ଲିଟର ଭାରତ [...]
ଭୁବନେଶ୍ୱର – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଏଥି ଯୋଗୁଁ ରାଜ୍ୟରେ ମଦ, ଗଞ୍ଜେଇ ଓ ହେରୋଇନ ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି।
ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨,୪୯,୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨,୬୧୩ ଲିଟର ଭାରତ ତିଆରି ବିଦେଶୀ ମଦ, ୧୫,୧୧୬ ଲିଟର ବିୟର, ୫୩୦୫ ଲିଟର ମହୁଲି ମଦ, ୪୧୦ କିଲୋ ଭାଙ୍ଗ, ୧୮୫୨ ଲିଟର ଆସ୍କା ବଟି, ଓ ୮୪,୧୬୩ କେଜି ମହୁଆ ଫୁଲ ଏବଂ ୪୩୪ଟି ଗାଡି ଜବତ ହୋଇଛି । ଏହିସବୁ ଘଟଣାରେ ୪୯୭୬ଟି ମମାଲା ରୁଜୁ କରାଯିବା ସହିତ ୪୧୪୧ ଜଣ ମଦ ମାଫିଆଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବେଆଇନ ଗଞ୍ଜେଇ, ହେରୋଇନ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି। ଏହି ଘଟଣାରେ ୧୧୪ ଟି ମାମଲା ରୁଜୁ ହୋଇଥିବା ବେଳେ୧୩୦ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ୨୯୫୧ କେଜି ଗଞ୍ଜେଇ, ୬୬ଲିଟର କଫ ସିରପ ଓ ୨୫୫୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଜବତ ମଦ, ଗଞ୍ଜେଇ ଓ ହେରୋଇନ୍ ଇତ୍ୟାଦିର ମୋଟ ମୂଲ୍ୟ ୨୫ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।
ଏହି ସମୟ ମଧ୍ୟରେ ଯେଉଁ କେତେକ ଗୁରୁତ୍ବପୂର୍ଣ୍ଣ ଚଢଉ ଓ ସାମଗ୍ରୀ ଜବତ ହୋଇଛି ସେଥିମଧ୍ୟରେ ସମ୍ବଲପୁର ସ୍ପେଶାଲ ସ୍କ୍ଵାଡ୍ ପକ୍ଷରୁ ୨୩୫୨ଲିଟର ବିୟର ଓ ଗୋଟିଏ ଟ୍ରକ୍, କଟକ ଅଧିକାରୀଙ୍କ ଦ୍ୱାରା ୨୮୦୦ ଲିଟର ବେଆଇନ ମଦ, ଗୋଟିଏ ଚାରି ଚକିଆ ଯାନ ଓ ବାଲେଶ୍ବର ଅବକାରୀ ଅଧିକାରୀଙ୍କ ଦ୍ବାରା ୧୪୫୦ ଲିଟର ଓ ୧୦୫୦ ଲିଟର ବେଆଇନ ମଦ ସହ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଏବଂ ବୌଦ୍ଧ କର୍ମଚାରୀଙ୍କ ଦ୍ୱାରା ୧୦୭୫ କେଜି ଗଞ୍ଜେଇ ଜବତ କରାଯାଇଛି।
ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୫ ଲକ୍ଷ ୮୪ ହଜାର ୪୫୦ଲିଟର ମହୁଆ/ମଦପ୍ରସ୍ତୁତ ପାଇଁ ଥିବା ପୋଚ ନଷ୍ଟ କରାଯାଇଛି, ଯାହା ବେଆଇନ ମଦ କାରବାରକୁ ବହୁ ମାତ୍ରାରେ ରୋକିବାରେ ସହାୟକ ହୋଇଛି।
35,000 Cops Deployed for Third Phase of Polling n Odisha
Next Articleମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
