न्यूज़रूम ओडिशा
ब्रेकिंग
ओडिया समाचार

୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଆରମ୍ଭ , ୪୪୭ ପ୍ରାର୍ଥୀ ଓ ୯୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜି ୬ ଲୋକସଭା ଓ ଏସବୁ ଲୋକସଭା ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ସମ୍ବଲପୁର, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି । ସଂଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ମୋଟ [...]

Admin•25 मई 2024
Share Article:

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜି ୬ ଲୋକସଭା ଓ ଏସବୁ ଲୋକସଭା ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ସମ୍ବଲପୁର, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି । ସଂଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ ।

ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ମୋଟ ୬୪ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଅନେକ ହାଇପ୍ରୋଫାଇଲ୍ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ତୃତୀୟ ପର୍ଯ୍ୟାୟରେ ହେଉଛି । ଏହି ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଭର୍ତୃହରି ମହତାବ, ସଂତୃପ୍ତ ମିଶ୍ର, ସମ୍ବିତ ପାତ୍ର, ଅରୂପ ପଟ୍ଟନାୟକ, ଅପରାଜିତା ଷଡଙ୍ଗୀ, ରୁଦ୍ର ନାରାୟଣ ପାଣି, ନଗେନ୍ଦ୍ର ପ୍ରଧାନ ଏବଂ ମନ୍ମଥ ରାଉତରାୟଙ୍କ ଭଳି ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ଏହି ପର୍ଯ୍ୟାୟରେ ମୋଟ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏଥିପାଇଁ ୧୦ ହଜାର ୫୫୧ ମତଦାନ କେନ୍ଦ୍ର କରାଯାଇଛି । ଏଥିରୁ ୨୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ୩୫ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି।

#Odia#Odisha#News
Share Article:

Related Articles