न्यूज़रूम ओडिशा
ब्रेकिंग
ओडिया समाचार

ରାଜଧାନୀରେ ଜନତାଙ୍କ ସହ ଭୋଟ୍ ଦେଲେ ନେତା,ଅଧିକାରୀ ଓ ସେଲିବ୍ରିଟି

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜଧାନୀ ଭୁବନେଶ୍ବରରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବହୁ ଚର୍ଚ୍ଚିତ ଚେହେରା। ବିଭିନ୍ନ‌ ବୁଥରେ ସାଧାରଣ ଭୋଟରଙ୍କ ସହ ହେଭିୱଟ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୀଘ୍ର ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିବା ଭୋଟରଙ୍କ ମଧ୍ୟରେ ଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ତାଙ୍କ ପରିବାର ସଦସ୍ୟ । ୟୁନିଟ -୬ [...]

Admin•25 मई 2024
Share Article:
ରାଜଧାନୀରେ ଜନତାଙ୍କ ସହ ଭୋଟ୍ ଦେଲେ ନେତା,ଅଧିକାରୀ ଓ ସେଲିବ୍ରିଟି

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜଧାନୀ ଭୁବନେଶ୍ବରରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବହୁ ଚର୍ଚ୍ଚିତ ଚେହେରା। ବିଭିନ୍ନ‌ ବୁଥରେ ସାଧାରଣ ଭୋଟରଙ୍କ ସହ ହେଭିୱଟ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୀଘ୍ର ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିବା ଭୋଟରଙ୍କ ମଧ୍ୟରେ ଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ତାଙ୍କ ପରିବାର ସଦସ୍ୟ ।

ୟୁନିଟ -୬ ବାଳିକା ସ୍କୁଲ୍ ବୁଥରେ ସେମାନେ ଭୋଟ ଦେଇଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଧ୍ୟ ସେହି ବୁଥକୁ ଯାଇ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ମଧ୍ୟ ଭୁବନେଶ୍ୱର ୟୁନିଟ -୬ ବାଳିକା ସ୍କୁଲରେ ସକାଳେ ଭୋଟ୍ ଦେଇଥିଲେ ।

କୃଷି ସଚିବ ଅରବିନ୍ଦ ପାଢୀ, ପରିବହନ ସଚିବ ଉଷା ପାଢ଼ୀ, ଏସଏସଇପିଡି ସଚିବ ବିଷ୍ଣୁପଦ ସେଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା, ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ସଚିବ ପୁନମ ଟି. ଗୁହା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ପରିବହନ କମିଶନର ଅମିତାଭ ଠାକୁର ଓ ଏଡିଜି ସଞ୍ଜୀବ କୁମାର ପ୍ରମୁଖ ଭୋଟ୍ ଦେଇଥିଲେ। ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅନନ୍ୟା ଦାସ ଓ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଭୋଟ ଦେଇଥିଲେ।

ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ, ବିଧାୟକ ସୁରେଶ ରାଉତରାୟ ଓ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ, ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଭିନେତା ସବ୍ୟସାଚୀ ପ୍ରମୁଖ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

#Odia#Odisha#News
Share Article:

Related Articles