ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍
ଭୁବନେଶ୍ୱର – ଇଭିଏମ ଅଚଳ ଓ କିଛି ସ୍ଥାନରେ ପ୍ରାର୍ଥୀଙ୍କ ବିଶୃଙ୍ଖଳିତ ଆଚରଣର ଅଭିଯୋଗ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା [...]
ଭୁବନେଶ୍ୱର – ଇଭିଏମ ଅଚଳ ଓ କିଛି ସ୍ଥାନରେ ପ୍ରାର୍ଥୀଙ୍କ ବିଶୃଙ୍ଖଳିତ ଆଚରଣର ଅଭିଯୋଗ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନଗୁଡିକରେ ମତଦାନ ହୋଇଛି। ୬ ଲୋକସଭା ଆସନରେ ୬୪ ଓ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ମଇଦାନରେ ଥିଲେ । ତୃତୀୟ ପର୍ଯ୍ୟାୟରେ ବହୁ ହାଇ ପ୍ରୋଫାଇଲ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ, ପୁରୀରୁ ଅରୂପ ପଟ୍ଟନାୟକ ଓ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ ଓ ୟାସିର ନୱ।ଜ, କଟକରୁ ଭର୍ତ୍ତୃହରି ମହତାବ ଓ ସନ୍ତୃପ୍ତ ମିଶ୍ର ପ୍ରମୁଖଙ୍କ ଭାଗ୍ୟ ଇଭିଏମରେ ଆଜି ସିଲ୍ ହୋଇଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ସଂଧ୍ୟା ୬ଟା ସୁଦ୍ଧା ୫୯.୭୨ ପ୍ରତିଶତ ମତଦାନ ହୋଇଛି। ଚୂଡାନ୍ତ ରିପୋର୍ଟରେ ଏହି ସଂଖ୍ୟା ଆହୁରି ବଢିପାରେ। ତେବେ ୨୦୧୯ ତୁଳନାରେ ଏଥର ମତଦାନ ହାର କମିଛି ବୋଲି ସିଇଓ କହିଛନ୍ତି।
ସଂଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୫୪.୩୬, ଢେଙ୍କାନାଳରେ ୬୦.୮୮, କେନ୍ଦୁଝରରେ ୬୨.୪୩,
ପୁରୀରେ ୬୧.୧୭ ଏବଂ ସମ୍ବଲପୁରରେ ୬୬.୬୭ ପ୍ରତିଶତ ମତଦାନ ହୋଇଛି।
ମେ’ ୧୩ ଓ ୨୦ ତାରିଖରେ ରାଜଧାନୀରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୦ ପ୍ରତିଶତରୁ ଅଧିକ ରହିଥିଲା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍ ପହିଲାରେ ହେବ । ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ଆସିବ ।
ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କଲେ ନିର୍ବାଚନ କମିଶନ
Next Articleଯାଜପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଫମ୍ପା ପ୍ରତିଶ୍ରୁତି ପାଇଁ ବିଜେପିକୁ ଟାର୍ଗେଟ, କହିଲେ ବିରୋଧୀ କେବଳ ଭୋଟ୍ ରାଜନୀତିରେ ବ୍ୟସ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
