न्यूज़रूम ओडिशा
ब्रेकिंग
ओडिया समाचार

ବଙ୍ଗୋପସାଗରରେ ବାତ୍ୟା ‘ରେମାଲ୍’ : ଆଜି ମଧ୍ୟରାତିରେ ଲ୍ୟାଣ୍ଡଫଲ୍, ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

ଭୁବନେଶ୍ବର – ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ‘ରେମାଲ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ରହିପାରେ । ତେବେ, ଏହି ବାତ୍ୟାର ସିଧା ସଳଖ ପ୍ରଭାବ [...]

Admin•26 मई 2024
Share Article:

ଭୁବନେଶ୍ବର – ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହା ଭୀଷଣ ବାତ୍ୟାର ରୂପ ନେଇ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ‘ରେମାଲ’ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ରହିପାରେ ।

ତେବେ, ଏହି ବାତ୍ୟାର ସିଧା ସଳଖ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ଏହାର ପ୍ରଭାବରେ ଆଜିଠାରୁ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ଏଣେ ବାତ୍ୟାକୁ ଦୃଷ୍ଟିରେ ରଖି କୋଲାକାତା ବିମାନବନ୍ଦରରେ ଆଜି ଦିନ ୧୨ଟାରୁ ୨୭ ତାରିଖ ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

#Odia#Odisha#News
Share Article:

Related Articles