न्यूज़रूम ओडिशा
ब्रेकिंग
ओडिया समाचार

କାନ୍ସରେ ପୁରସ୍କାର ଜିତିଥିବା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ମର୍ଯ୍ୟାଦାଜନକ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ପାୟଲ କାପାଡିଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ଅଲ୍ ଉଇ ଇମାଜିନ ଲାଇଟ’ ପ୍ରତିଯୋଗିତା ବିଭାଗରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରିଛି । କାନ୍ସ ଚଳଚ୍ଚିତ୍ର ଉତ୍ସବର ପ୍ରତିଯୋଗିତା ବିଭାଗରେ ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର। ଏହି ସଫଳତା ପାଇଁ ପାୟଲ କାପାଡିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାୟଲ କାପାଡିଆଙ୍କ ଉଲ୍ଲେଖନୀୟ ସଫଳତା ଭାରତୀୟ ସିନେମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି [...]

Admin•26 मई 2024
Share Article:

ଭୁବନେଶ୍ୱର – ମର୍ଯ୍ୟାଦାଜନକ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ପାୟଲ କାପାଡିଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ଅଲ୍ ଉଇ ଇମାଜିନ ଲାଇଟ’ ପ୍ରତିଯୋଗିତା ବିଭାଗରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର ହାସଲ କରିଛି । କାନ୍ସ ଚଳଚ୍ଚିତ୍ର ଉତ୍ସବର ପ୍ରତିଯୋଗିତା ବିଭାଗରେ ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର। ଏହି ସଫଳତା ପାଇଁ ପାୟଲ କାପାଡିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାୟଲ କାପାଡିଆଙ୍କ ଉଲ୍ଲେଖନୀୟ ସଫଳତା ଭାରତୀୟ ସିନେମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ପୁରସ୍କାର ଦେଶକୁ ଗର୍ବିତ କରିଛି । ପାୟଲଙ୍କ କାନ୍ସ ସଫଳତା ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

#Odia#Odisha#News
Share Article:

Related Articles