କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ
କେନ୍ଦ୍ରାପଡା – କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନାଁ ନ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏକ ଜନସଭାରେ ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲେ । ହେଲେ ସେ ନିଜ କମ୍ପାନୀକୁ ଲାଭ ଦେଇ ତାଙ୍କ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବୈଜୟନ୍ତଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ [...]
କେନ୍ଦ୍ରାପଡା – କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନାଁ ନ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏକ ଜନସଭାରେ ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲେ । ହେଲେ ସେ ନିଜ କମ୍ପାନୀକୁ ଲାଭ ଦେଇ ତାଙ୍କ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବୈଜୟନ୍ତଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥର ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ନିର୍ବାଚନୀ ସଭାରେ ନିବେଦନ କରିଛନ୍ତି ନବୀନ ।
ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡା ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଭାବକୁ ଦର୍ଶାଇଛନ୍ତି । କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟା ସମ୍ପର୍କରେ କହିଥିଲେ ପାଣ୍ଡିଆନ । ୮ ଘଣ୍ଟା ଧରି କିଭଳି ନବୀନ ବିମାନରେ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ ସେ ନେଇ ମଧ୍ୟ କେନ୍ଦ୍ରାପଡାରେ କହିଛନ୍ତି ପାଣ୍ଡିଆନ ।
ବୈଜୟନ୍ତଙ୍କ ନାଁ ନ ନେଇ ପାଣ୍ଡିଆନ କହିଥିଲେ ଯେ, ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍ ଛାଡ କରିଥିଲେ । ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ ବୋଲି ପାଣ୍ଡିଆନ କହିଛନ୍ତି। ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ । ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ । ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିଲେ ବୋଲି ପାଣ୍ଡିଆନ ସଭାକୁ ସମ୍ବୋଧନ କରି କହିଛନ୍ତି।
Former Kendrapara MP Betrayed Me and People: Naveen
Next ArticleDay Temperature Like to Rise by 3 to 5 Degrees Celsius in Odisha during Next 4 Days
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
