ଭିଡ଼ିଓ ବାର୍ତ୍ତା ଜାରି କଲେ ପ୍ରଜ୍ବଳ, ମେ ୩୧ରେ ଏସ୍ଆଇଟିରେ ହାଜର ହେବେ
ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡ଼ିଓ ସାମ୍ନାକୁ ଆସିବା ପରଠୁ ବିଦେଶ ପଳାୟନ କରିବାର ମାସକ ପରେ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସମ୍ମୁଖରେ ସେ ଆସନ୍ତା ମେ ୩୧ରେ ହାଜର ହେବେ ବୋଲି ପ୍ରଜ୍ବଳ ଏହି ଭିଡ଼ିଓରେ କହିଛନ୍ତିି। କନ୍ନଡ ଟିଭି ଚ୍ୟାନେଲ ‘ଏସିଆନେଟ ସୁବର୍ଣ୍ଣା ନ୍ୟୁଜ’ରେ ପ୍ରସାରିତ ଏକ [...]
ବେଙ୍ଗାଲୁରୁ: ଅନେକ ମହିଳାଙ୍କୁ ଯୌନ ନିର୍ଯାତନାର ଭିଡ଼ିଓ ସାମ୍ନାକୁ ଆସିବା ପରଠୁ ବିଦେଶ ପଳାୟନ କରିବାର ମାସକ ପରେ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସମ୍ମୁଖରେ ସେ ଆସନ୍ତା ମେ ୩୧ରେ ହାଜର ହେବେ ବୋଲି ପ୍ରଜ୍ବଳ ଏହି ଭିଡ଼ିଓରେ କହିଛନ୍ତିି।
କନ୍ନଡ ଟିଭି ଚ୍ୟାନେଲ ‘ଏସିଆନେଟ ସୁବର୍ଣ୍ଣା ନ୍ୟୁଜ’ରେ ପ୍ରସାରିତ ଏକ ଭିଡ଼ିଓ ବୟାନରେ ପ୍ରଜ୍ବଳ ରେଭନ୍ନା କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ଶୁକ୍ରବାର, ମେ ୩୧ ତାରିଖ ସକାଳ ୧୦ଟାରେ ଏସ୍ଆଇଟି ସମ୍ମୁଖରେ ହାଜର ହୋଇ ତଦନ୍ତରେ ସହଯୋଗ କରିବି । ଏବଂ ଏଗୁଡ଼ିକ (ଅଭିଯୋଗ)ର ଜବାବ ଦେବି । ନ୍ୟାୟପାଳିକା ଉପରେ ମୋର ଭରସା ଅଛି ଏବଂ ମୋର ବିଶ୍ୱାସ ଯେ କୋର୍ଟ ମାଧ୍ୟମରେ ମିଥ୍ୟା ମାମଲାରେ ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ହେବି । ”
ପ୍ରଜ୍ବଳଙ୍କ ଏହି ଭିଡ଼ିଓ ବାର୍ତ୍ତା ସମ୍ପର୍କରେ ତାଙ୍କ ପାର୍ଟି ଜନତା ଦଳ (ସେକ୍ୟୁଲାର) କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ତତକ୍ଷଣାତ୍ ପ୍ରତିକ୍ରିୟା ମିଳିନାହିଁ।
ପ୍ରଜ୍ବଳ କହିଛନ୍ତିି, “ଭଗବାନ, ଜନତା ଏବଂ ପରିବାରର ଆଶୀର୍ବାଦ ମୋ ଉପରେ ରହିଛି। ମୁଁ ନିଶ୍ଚିତ ଭାବେ ମେ ୩୧, ଶୁକ୍ରବାର ଦିନ ଏସ୍ଆଇଟି ସମ୍ମୁଖରେ ଉପସ୍ଥିତ ହେବି | ଫେରିବା ପରେ ମୁଁ ଏସବୁ ଶେଷ କରିବାକୁ ଚେଷ୍ଟା କରିବି | ମୋ ଉପରେ ବିଶ୍ବାସ ରଖନ୍ତୁ।”
ଜେଡି (ଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ଏବଂ ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ପ୍ରଜ୍ବଳ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି।
ହାସନ ଲୋକସଭା ଆସନରେ ୨୭ ଏପ୍ରିଲରେ ଭୋଟ ଗ୍ରହଣର ଦିନକ ପରେ ୩୩ ବର୍ଷୀୟ ପ୍ରଜ୍ବଳ ରେଭନ୍ନା ଜର୍ମାନୀ ପଳାଇଥିଲେ । ସେ ଏଯାବତ୍ ବିଦେଶରେ ଲୁଚିଛନ୍ତି। ତାଙ୍କ ବିରୋଧରେ ତଦନ୍ତ କରୁଥିବା ଏସ୍ଆଇଟି, ସିବିଆଇ ଜରିଆରେ ଇଣ୍ଟରପୋଲରୁ ପ୍ରଜ୍ବଳଙ୍କ ଗତିବିଧି ଓ ଠିକଣା ସମ୍ପର୍କରେ ସୂଚନା ମାଗିଥିଲା । ଏହାପରେ ଇଣ୍ଟରପୋଲ ପ୍ରଜ୍ବଳଙ୍କ ବିରୋଧରେ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରିଥିଲା।
ସାଂସଦ / ବିଧାୟକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ଗଠିତ ଏକ ସ୍ୱତନ୍ତ୍ର କୋର୍ଟ ମେ ୧୮ରେ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ୍ ଜାରି କରିଥିଲେ।
କର୍ଣ୍ଣାଟକର କଂଗ୍ରେସ ସରକାର ପ୍ରଜ୍ବଳଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
Odisha: Retired Senior Clerk, Ex-RI Sentenced 3 Yrs Imprisonment in Bribery Case
Next Articleକଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ଅଫିସରେ ମିଳିତ ଚଢ଼ାଉ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
