ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ; ବିକାଶ କାର୍ଯ୍ୟ କିଛି କରିନଥିବାରୁ ସାଂସଦଙ୍କୁ କଡା ସମାଲୋଚନା
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ। ଜଳେଶ୍ୱରରେ ଯେତେସବୁ ବିକାଶ [...]
ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ସହ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜଳେଶ୍ୱରରେ ମଧ୍ୟ ବିଜେଡି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଜଳେଶ୍ୱରରେ ପାଣ୍ଡିଆନ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଉଛି ବୋଲି କହିବା ସହ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପାଣ୍ଡିଆନ।
ଜଳେଶ୍ୱରରେ ଯେତେସବୁ ବିକାଶ କାମ ହୋଇଛି, ସେଥିପାଇଁ ଅଶ୍ୱିନୀ ବାବୁ କଠୋର ପରିଶ୍ରମ କରିଛନ୍ତି । ଆପଣଙ୍କ ଅଞ୍ଚଳରେ ପ୍ରକଳ୍ପ କରିବା ପାଇଁ ଦିନରାତି ଲାଗି ପଡ଼ନ୍ତି ବୋଲି ପାଣ୍ଡିଆନ କହିଥିଲେ। ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି, ନଦୀରେ ଷ୍ଟୋନ ପ୍ୟାକିଂ କରାଯାଇଛି । ଏସବୁ ବିକାଶ ପାଇଁ ଅଶ୍ୱିନୀ ବାବୁ ଚୁପ୍ଚାପ୍ ଶାନ୍ତିରେ କାମ କରନ୍ତି । ଅଶ୍ୱିନୀ ବାବୁ ଜଣେ ଆଦର୍ଶ ଲୋକ ପ୍ରତିନିଧି ବୋଲି ପାଣ୍ଡିଆନ କହିଥିଲେ।
ଆପଣ ଏଠାରୁ ଜଣେ ସାଂସଦ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କାମ କଲେ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ। ସ୍କୁଲ ରୂପାନ୍ତର, ମନ୍ଦିର, ମସ୍ଜିଦ ଓ ଚର୍ଚ୍ଚ ରୂପାନ୍ତର ଆଦି କାମରେ ସହଯୋଗ କଲେ କି ? ଏ ମାଟିର ଲୋକ ହୋଇ ଏ ମାଟିକୁ ଭୁଲିଗଲେ, ମନ୍ତ୍ରୀ ହେଲେ କିନ୍ତୁ ନିଜ ଅଞ୍ଚଳ ପାଇଁ ଗୋଟିଏ ବି କାମ କଲେ ନାହିଁ ବୋଲି ପାଣ୍ଡିଆନ କହିଥିଲେ।
ଲେଖାଶ୍ରୀ ସାମନ୍ତରାୟ ଭଉଣୀ ସାଂସଦ ହେଲେ ଏ ମାଟି ପାଇଁ ଦିନରାତି କାମ କରିବେ ବୋଲି ପାଣ୍ଡିଆନ କହିଥିଲେ। ସାରା ଓଡ଼ିଶା ଜାଣେ, ସମସ୍ତେ ଜାଣନ୍ତି ଯେ, ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍ ଛାଡ଼୍ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି,ଏସ୍.କେ.ୱାଇରେ ସାମିଲ କରିବେ। ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍ସନ୍ ଦେବେ ଓ
ଚତୁର୍ଥ ଦସ୍ତଖତରେ ନୂଆ-ଓ ସ୍କଲାରସିପ ରାଶି ପରିମାଣକୁ ବୃଦ୍ଧି କରିବେ, ଝିଅ ପିଲା ପାଇବେ ୧୪ ହଜାର, ପୁଅ ପିଲା ପାଇବେ ୧୨ ହଜାର ଟଙ୍କା। ବିଜେଡି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ମା’ମାନଙ୍କୁ ନିବେଦନ କରିଛନ୍ତି ପାଣ୍ଡିଆନ। ଗତଥର ଜଳେଶ୍ୱରରୁ ୩୦ ହଜାର ମାର୍ଜିନ ମିଳିଥିଲା । କଥା ରହିଲା, ଏଥର ୫୦ ହଜାର ମାର୍ଜିନ ମିଳିବ । ଜନତା ଏଥିରେ ସମ୍ମତି ଦେଇଥିଲେ।
ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
Next ArticleSenior BJD Leader Kartik Pandian Campaigns in Jaleswar, Takes a Swipe at Balasore MP
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
