ଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’
ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। [...]
ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ଯ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶ୍ରୁତି ସମେତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ।
ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି ।୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ଦେଲେନି ବୋଲି ପାଣ୍ଡିଆନ କହିଥିଲେ। ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି’ ‘ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର ।
‘ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି । କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ବୋଲି କହି ପାଣ୍ଡିଆନ ସମାଲୋଚନା କରିଛନ୍ତି।
ପ୍ରଶ୍ନ କଲେ ରତ୍ନଭଣ୍ଡାର କଥା କହିବେ । ଅସଲ ପ୍ରସଙ୍ଗରୁ ଓହରିଯିବେ । ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ଜୁନ ୧ ତାରିଖରେ ଉତ୍ତର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।
Kartik Pandian Questions Center’s Contribution To Odisha, Says They Are Taking Ten Times More Than That Giving to The State
Next ArticleUnfortunate That ECI Taken Action Against Outstanding Officers of Odisha: Kartik Pandian
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
