न्यूज़रूम ओडिशा
ब्रेकिंग
ओडिया समाचार

ମୋ’ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ପ୍ରଧାନମନ୍ତ୍ରୀ ମୋତେ ଫୋନଟେ କରିଥିଲେ ଭଲ ହୁଅନ୍ତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ନିଜର ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ଏକ ଜନସଭାରେ ଦେଇଥିବା ମନ୍ତବ୍ୟର ଅବିଚଳିତ ଏବଂ ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗୁଜବରେ ବିଶ୍ୱାସ କରି ମୋ’ ସ୍ୱାସ୍ଥ୍ୟ ସମ୍ପର୍କରେ ଟିପ୍ପଣୀ କରିଛନ୍ତି। ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ନେଇ ଏକ ଯାଞ୍ଚ କମିଟି ଗଠନ କରିବେ ବୋଲି କହିଛନ୍ତି। ଯଦି ସେ ତାଙ୍କ ସ୍ୱାସ୍ଥ୍ୟ [...]

Admin•29 मई 2024
Share Article:

ଭୁବନେଶ୍ୱର – ନିଜର ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ଏକ ଜନସଭାରେ ଦେଇଥିବା ମନ୍ତବ୍ୟର ଅବିଚଳିତ ଏବଂ ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗୁଜବରେ ବିଶ୍ୱାସ କରି ମୋ’ ସ୍ୱାସ୍ଥ୍ୟ ସମ୍ପର୍କରେ ଟିପ୍ପଣୀ କରିଛନ୍ତି। ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ନେଇ ଏକ ଯାଞ୍ଚ କମିଟି ଗଠନ କରିବେ ବୋଲି କହିଛନ୍ତି। ଯଦି ସେ ତାଙ୍କ ସ୍ୱାସ୍ଥ୍ୟ ନେଇ ଏତେ ଚିନ୍ତିତ, ତାହା ହେଲେ ଫୋନ୍ କଲ୍ ଟିଏ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ପାରିଥାଆନ୍ତେ ବୋଲି ମୁଖ୍ୟମନ୍ତ୍ରୀ ନିଜର ସ୍ୱଭାବ ସୁଲଭ ଭଙ୍ଗୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋତେ ତାଙ୍କର ଜଣେ ବନ୍ଧୁ ବୋଲି ଅନେକ ଥର ସର୍ବସାଧାରଣରେ ପ୍ରକାଶ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା ନକରି ଓଡ଼ିଶାକୁ କୋଇଲା ରୟାଲଟି ରିଭିଜନ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା କଥା ଚିନ୍ତା କରନ୍ତୁ, ଯାହା କି ଓଡ଼ିଶା ବହୁବାର ଦାବି କରିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍ ଭଲ ଅଛି । ସେ ମାସେ କାଳ ନିର୍ବାଚନ ପ୍ରଚାରକୁ କରିଛନ୍ତି। ଯଦି ତାଙ୍କ ସ୍ୱାସ୍ଥ୍ୟା ଖରାପ ଥାଆନ୍ତା, ତାହା ହେଲେ ଏତେ ଗରମରେ ସେ ରାଜ୍ୟରେ ନିର୍ବାଚନ ପ୍ରଚାର କରିନଥାନ୍ତେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ କମିଟି ଗଠନ କରିବାକୁ ଚାହାନ୍ତି, ତାହାହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ଉପରେ କମିଟି ଗଠନ କରନ୍ତୁ ବୋଲି ନବୀନ କହିଛନ୍ତି।

#Odia#Odisha#News
Share Article:

Related Articles