न्यूज़रूम ओडिशा
ब्रेकिंग
ओडिया समाचार

ପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇଥିବା ଦୁଇ ଡ଼ାକ୍ତର ନିଲମ୍ବିତ

ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇବା ଅଭିଯୋଗରେ ଡାକ୍ତର ଅଜୟ ତାଓ୍ବଡେ ଏବଂ ଶ୍ରୀହରି ହାଲନୋରଙ୍କୁ ନିଲମ୍ବିତ କରାଯାଇଛି। ଡାକ୍ତର ତାଓ୍ବଡେ ସରକାରୀ ସାସୁନ୍ ସିଭିଲ୍ ହସ୍ପିଟାଲର ଫୋରେନସିକ୍ ବିଭାଗର ମୁଖ୍ୟ ଥିଲେ । ଡାକ୍ତର ହାଲନୋର୍ ସେହି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଥିଲେ। ଉଭୟ ଡାକ୍ତରଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏହି ଦୁଇ ଡ଼ାକ୍ତର ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ବାପାଙ୍କ ଠାରୁ [...]

Admin•30 मई 2024
Share Article:

ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇବା ଅଭିଯୋଗରେ ଡାକ୍ତର ଅଜୟ ତାଓ୍ବଡେ ଏବଂ ଶ୍ରୀହରି ହାଲନୋରଙ୍କୁ ନିଲମ୍ବିତ କରାଯାଇଛି। ଡାକ୍ତର ତାଓ୍ବଡେ ସରକାରୀ ସାସୁନ୍ ସିଭିଲ୍ ହସ୍ପିଟାଲର ଫୋରେନସିକ୍ ବିଭାଗର ମୁଖ୍ୟ ଥିଲେ । ଡାକ୍ତର ହାଲନୋର୍ ସେହି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଥିଲେ। ଉଭୟ ଡାକ୍ତରଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏହି ଦୁଇ ଡ଼ାକ୍ତର ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ବାପାଙ୍କ ଠାରୁ ୩ ଲକ୍ଷ ଲାଞ୍ଚ ନେଇଥିଲେ । ହସ୍ପିଟାଲର ଜଣେ ପିଅନ ଜରିଆରେ ଉଭୟଙ୍କୁ ଲାଞ୍ଚ ଅର୍ଥ ଦିଆଯାଇଥିଲା। ଏହାଛଡ଼ା ସାସୁନ୍ ସିଭିଲ୍ ହସ୍ପିଟାଲର ଡିନ୍ ଡ଼ାକ୍ତର ବିନାୟକ କାଲେଙ୍କୁ ଛୁଟିରେ ପଠାଯାଇଛି।

ପୋଲିସ ମେ ୨୭ରେ ଡାକ୍ତର ତାଓ୍ବଡେ, ଡାକ୍ତର ହାଲନୋର୍ ଏବଂ ପିଅନ୍ ଅତୁଲ ଘାଟକମ୍ବଲେଙ୍କୁ ଗିରଫ କରିଥିଲା। ଏହି ତିନିଜଣ ସମ୍ପ୍ରତି ପୋଲିସ ହାଜତରେ ଅଛନ୍ତି। ଏହି ତିନି ନାବାଳକ ଅଭିଯୁକ୍ତର ରକ୍ତ ନମୁନାକୁ ଡଷ୍ଟବିନରେ ଫିଙ୍ଗି ଅନ୍ୟ ଜଣେ ବ୍ୟକ୍ତିର ରକ୍ତ ନମୁନା ଆଧାରରେ ଏକ ଡାକ୍ତରୀ ରିପୋର୍ଟ ପ୍ରସ୍ତୁତ କରିଥିଲେ। ନାବାଳକ ମଦ ପିଇ ଡ୍ରାଇଭିଂ କରୁଥିବା ଅଭିଯୋଗକୁ ଚପାଇବା ପାଇଁ ଏଭଳି କରାଯାଇଥିଲା।

ମେ ୧୯ ରାତିରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ୧୭ ବର୍ଷୀୟ ନାବାଳକ ଦୁଇ ବାଇକ୍ ଆରୋହୀଙ୍କୁ ପୋର୍ସ କାର୍ ମଡ଼ାଇ ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ଦୁଇ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା।

ଜୁଭେନାଇଲ ଜଷ୍ଟିସ ବୋର୍ଡ ଦୁର୍ଘଟଣାର ମାତ୍ର ୧୫ ଘଣ୍ଟା ଭିତରେ ନାବାଳକ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଥିଲେ । ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ପ୍ରବନ୍ଧ ଲେଖିବା ସର୍ତ୍ତରେ ନାବାଳକକୁ ଜାମିନ ଦେଇଥିଲେ କୋର୍ଟ। ତେବେ କୋର୍ଟଙ୍କ ଏଭଳି ରାୟ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ପୁନର୍ବିଚାର ଆବେଦନ ଦାୟର କରିଥିଲା । ଏହାପରେ ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ କରି କୋର୍ଟ ତାକୁ ଜୁନ୍ ୫ ଯାଏଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ। ଏହି ମାମଲାରେ ନାବାଳକର ବାପା ଓ ଜେଜେ ବି ଗିରଫ ହୋଇଛନ୍ତି। ନାବାଳକର ବାପା ବିଶାଳ ଅଗ୍ରୱାଲ ପୁଣେର ଜଣେ ଜଣାଶୁଣା ବିଲଡର ରିୟଲ ଇଷ୍ଟେଟ ଡିଲର୍।

#Odia#Odisha#News
Share Article:

Related Articles