न्यूज़रूम ओडिशा
ब्रेकिंग
ओडिया समाचार

୧୦ ବର୍ଷ ହେଲା ମୋ’ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର ହେଉଛି: ନବୀନ

ଭୁବନେଶ୍ୱର -ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବିଜେପି ଗୁଜବ ପ୍ରଚାର କରୁଛି । ଏବେ ନୁହେଁ ଗତ ୧୦ ବର୍ଷ ହେବ ଏହି ଗୁଜବ ପ୍ରଚାରିତ ହୋଇଆସୁଛି, ଯାହାର କି କୈାଣସି ଓଜନ ନାହିଁ ।ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଅଭିଯୋଗ ୧୦ ବର୍ଷର ପୁରୁଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ହତାଶ ହୋଇ ବିଜେପି ଏଭଳି ଅପପ୍ରଚାର କରୁଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦକ ସ୍ମିତାପ୍ରକାଶଙ୍କୁ ଏକ ଏକ୍ସକ୍ଲୁସିଭ [...]

Admin•30 मई 2024
Share Article:

ଭୁବନେଶ୍ୱର -ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବିଜେପି ଗୁଜବ ପ୍ରଚାର କରୁଛି । ଏବେ ନୁହେଁ ଗତ ୧୦ ବର୍ଷ ହେବ ଏହି ଗୁଜବ ପ୍ରଚାରିତ ହୋଇଆସୁଛି, ଯାହାର କି କୈାଣସି ଓଜନ ନାହିଁ ।ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଅଭିଯୋଗ ୧୦ ବର୍ଷର ପୁରୁଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ହତାଶ ହୋଇ ବିଜେପି ଏଭଳି ଅପପ୍ରଚାର କରୁଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦକ ସ୍ମିତାପ୍ରକାଶଙ୍କୁ ଏକ ଏକ୍ସକ୍ଲୁସିଭ ସାକ୍ଷାତକାରରେ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଓଡ଼ିଶାବାସୀ ଏହା ଭଲଭାବେ ଜାଣନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ନୁହନ୍ତି । ଯଦି ସେ ଚିନ୍ତିତ ଥାଆନ୍ତେ, ତାହା ହେଲେ ଫୋନ୍ କରି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ପାରିଥାଆନ୍ତେ।

ରାଜ୍ୟରେ ପୁଣି ବିଜେଡି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସ୍ଥିର ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଭଲ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନିଜର ରାଜନୈତିକ ଉତ୍ତରାଧିକାରୀ ନେଇ ନବୀନ ମତ ରଖିଛନ୍ତି। ଓଡିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

#Odia#Odisha#News
Share Article:

Related Articles