ଶେଷ ପର୍ଯ୍ୟାୟ ନିର୍ବାଚନ : ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ୪୬୦ ପ୍ରାର୍ଥୀ, ୯୯ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା – ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ୧୬ – ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୯୯ , ୬୧ , ୦୫୭ ଜଣ ମତଦାତା [...]
ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା – ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ୧୬ – ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୯୯ , ୬୧ , ୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫୦ , ୮୮ , ୦୭୬ ପୁରୁଷ, ୪୮ , ୭୨ , ୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ ରହିଛି । ଏମାନଙ୍କ ମଧ୍ୟରେ ୨ , ୫୭ , ୩୪୫ ଜଣ ୧୮ – ୧୯ ବର୍ଷ ବୟସର ପ୍ରଥମ ଥର ମତଦାତା , ୨୦ – ୨୯ ବର୍ଷ ବୟସର ୨୦ , ୫୧ , ୫୦୫ ଜଣ ଯୁବ ମତଦାତା ରହିଛନ୍ତି ।
ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ( ମୋଟ ୧୦ , ୮୮୨ ) ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତି । ସମସ୍ତ ବୁଥରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୪୦୦ରୁ ଉର୍ଦ୍ଧ୍ବ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର ( ମଡ଼େଲ୍ ବୁଥ୍ ) ରହିଛି । ପ୍ରାୟ ୭୨ ବଖର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍ ଲୋକେସନ୍ରେ ଅନ୍ୟୁନ ଜଣେ ଲେଖାଏଁ ସ୍ଵେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।
୬ଟି ସଂସଦୀୟ କ୍ଷେତ୍ରରେ
ମୋଟ ୬୬ ଜଣ ପ୍ରାର୍ଥୀ ( ପୁରୁଷ – ୫୫ , ମହିଳା – ୧୧ ) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୯୪ ଜଣ ( ପୁରୁଷ – ୩୩୬ , ମହିଳା – ୫୮ ) ପ୍ରାର୍ଥୀ ରହିଛନ୍ତି ।
ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ , ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୦୬ଟି ଭିଭିପାଟ୍ କମିଶନ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ମୋଟ ୧୪୧୨୨ଟି ବାଲାଟ୍ ୟୁନିଟ୍ , ୧୩୪୪୭ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୩୮ଟି ଭିଭିପାଟ କମିଶନ ହୋଇଛି ।
ଏହି ପର୍ଯ୍ୟାୟ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ , ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।
ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏଠାରେ ୧୨୫ କମ୍ପାନୀ ସିଏପିଏଫ ( ସେଣ୍ଟ୍ରାଲ୍ ଆର୍ମଡ଼ ପୋଲିସ ଫୋର୍ସ ) ନିୟୋଜିତ ହେବେ ।
ସିଏପିଏଫମାନଙ୍କୁ କ୍ରିଟିକାଲ୍ ବୁଥରେ ନିୟୋଜିତ କରାଯିବ ।
ମତଦାନ ଦିନ ସମ୍ଭାବ୍ୟ ଅଂଶୁଘାତ ନିରାକରଣ ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ଷ୍ଟେସନ୍ରେ ଆଶାକର୍ମୀ ରହିବେ । ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକୀୟ ଔଷଧ , ଓଆର୍ଏସ୍ ଆଦି ରହିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା – ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ । ମୋବାଇଲ୍ ହେଲଥ୍ ୟୁନିଟ୍ ପାଇଁ ନିୟମିତ ବ୍ୟବଧାନରେ ବୁଥକୁ ସ୍ପର୍ଶ କରିବେ । ପିଏଚସି , ସିଏଚସି ଓ ଡିଏଚଏଚ ଆଦିରେ ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି । ଅଂଶୁଘାତ ସଚେତନତା ବାର୍ତ୍ତା ବହୁଳ ଭାବେ ପ୍ରସାରିତ କରାଯାଇଛି । ଡିପ୍ସର୍ସାଲ ଓ ରିସିଭିଂ ସେଣ୍ଟରରେ ଡାକ୍ତର , ସ୍ଵାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ ନିୟୋଜିତ ହେବେ । ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନଙ୍କ ଡିସ୍ପର୍ସାଲ ସେଣ୍ଟରରୁ ବୁଥକୁ ଯାଇ ନିର୍ବାଚନ କାର୍ଯ୍ୟ ଶେଷ କରି ଫେରିବା ପର୍ଯ୍ୟନ୍ତ ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥା ସୁବ୍ୟବସ୍ଥିତ କରାଯାଇଛି । ମତଦାନ ଦିବସ ପାଇଁ ବ୍ୟବସ୍ଥା ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ଲାଇନ୍ ପାଖରେ ବସିବା ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍ରେ ପାନୀୟ ଜଳ , ଶୌଚାଳୟ ଓ ଛାଇ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥକୁ ଓ ବୁଥରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛି । ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।
ନିଜ ବୁଥ୍ ଜାଣିବେ କେମିତି ?ଭୋଟର ଇନ୍ଫର୍ମେସନ୍ ସ୍ଲିପ୍ ( VIS ) ବଣ୍ଟନ : ବୁଥ୍ ଲେବୁଲ୍ ଅଧିକାରୀମାନଙ୍କ ମାଧ୍ୟମରେ ଭୋଟର ଇନ୍ଫର୍ମେସନ୍ ଗ୍ରୁପ୍ ( VIS ) ଏବଂ ଭୋଟର ଗାଇଡ୍ ବଣ୍ଟା ଯାଇଛି । VIS ରେ ବୁଥର ନାମ ଏବଂ ସ୍ଥାନ ଲେଖାଯାଇ ଅଛି । ଯଦି କୌଣସି ମତଦାତା ଜିଆଇଏସ୍ ପାଇନାହାନ୍ତି , ସେମାନେ ଭୋଟର ହେଲପ୍ଲାଲନ୍ ଆଉ ଅଥବା womers.eci.gov.in ପୋର୍ଟାଲରେ ନିଜ ବୁଥର ନାମ ଏବଂ ଠିକଣା ଜାଣିପାରିବେ । ଏତଦ୍ବ୍ୟତୀବ ଟୋଲ୍ ଫ୍ରି ନମ୍ବର ୧୯୫୦କୁ ମଧ୍ୟ କଲ୍ କରି ସୂଚନା ପାଇପାରିବେ । ନିଜ ମୋବାଇଲ୍ ଫୋନ୍ରେ ECI < SPACE > EPIC No. ଲେଖୁ ୧୯୫୦କୁ ମେସେଜ୍ ପ୍ରେରଣ କଲେ ପ୍ରତ୍ୟୁତ୍ତର ମେସେଜ୍ ଦ୍ଵାରା ନିଜ ମତଦାନ କେନ୍ଦ୍ର ସଂପର୍କିତ ସୂଚନା ମଧ୍ୟ ପ୍ରାପ୍ତ କରାଯାଇପାରିବ । ଏଥିସହ ଭୋଟରମାନେ ଭୋଟର ପୋର୍ଟାଲ https : electoralsearch.eci.gov.in/ କୁ ଯାଇ କିମ୍ବା ନିଜ ମୋବାଇଲ୍ରେ ଭୋଟର ହେଲପ୍ଲାଇନ୍ ଆପ୍ ଡାଉନ୍ଲୋଡ୍ କରି ନିମ୍ନଲିଖୂତ ତିନୋଟି ମଧ୍ୟରୁ ଯେକୌଣସି ଗୋଟିଏ ଉପାୟରେ ନିଜ ପୋଲିଂ ଷ୍ଟେସ ବିବରଣୀ ପାଇପାରିବେ । ୧ . ନିଜର ଇପିଆଇସି ସଂଖ୍ୟା ( EPIC No. ) ବ୍ୟବହାର କରି କିମ୍ବା ୨ . ରାଜ୍ୟ , ନିଜର ନାମ , ପିତା କିମ୍ବା ସ୍ଵାମୀଙ୍କ ନାମ , ଜନ୍ମ ତାରିଖ / ବୟସ ବ୍ୟବହାର କରି କିମ୍ବା ରାଜ୍ୟର ନାମ , ମୋବାଇଲ୍ ନମ୍ବର ଏବଂ ଓଟିପି ବ୍ୟବହାର କରି ନିଜ ପୋଲିଂ ” ଷ୍ଟେସନ୍ର ବିବରଣୀ ପାଇପାରିବେ । ୩ . ବିଶେଷ ସୂଚନା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ମତଦାତାଙ୍କ ବିଶେଷ ସୂଚନା ନିମନ୍ତେ ଜଣାଇ ଦିଆଯାଇଛି ଯେ ବୁଥ୍ ଭିତରକୁ କୌଣସି ବୈଦ୍ୟୁତିକ ଉପକରଣ ଯଥା – ମୋବାଇଲ୍ ଫୋନ୍ , କ୍ୟାମେରା , ହେଡ୍ଫୋନ୍ ଓ ସ୍ମାର୍ଟ ୱାଚ୍ ଆଦି ନେବାର ଅନୁମତି ନାହିଁ । ମତଦାନ ଦିବସ ହେଉଛି କର୍ତ୍ତବ୍ୟର ଦିବସ । ଏଣୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାର ସ୍ଥାନ ନାହିଁ । ଏଣୁ ଜନସାଧାରଣ ଶାନ୍ତିଶୃଙ୍ଖଳାପୂର୍ବକ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆହ୍ବାନ ଦେଇଛନ୍ତି ।
ନିୟମିତ ଜାମିନ ପାଇଁ କେଜ୍ରିୱାଲଙ୍କ ଆବେଦନ, ଇଡିକୁ ନୋଟିସ୍
Next Articleଖାଇକୁ ଖସିଲା ବସ୍, ୨୧ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
