ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ। ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । [...]
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।
ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । ସେ ହେଉଛନ୍ତି ପରିବାରର ମୁଖିଆ । ମୁଖିଆ ଭାବରେ ସେ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍କା କରିବା ପାଇଁ କାମ କରୁଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ବଢ଼େଇ ଚାଲିଛନ୍ତି ।
ସେ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡ ସମସ୍ତେ ପାଇବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍ସନ ବ୍ୟବସ୍ଥା କରିବେ । କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍କୁ ମଧ୍ୟ ବୃଦ୍ଧି କରିବେ । ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା । ପିଲାଙ୍କ ପାଇଁ ଏଭଳି ଯୋଜନା ଦେଶରେ କୌଣସି ରାଜ୍ୟ କରିନାହାନ୍ତି ବୋଲି ସେ କହିଥିଲେ ।
ଏ ସବୁ ପଦକ୍ଷେପର ଉଦ୍ଦେଶ୍ୟକୁ ବୁଝାଇ ପାଣ୍ଡିଆନ କହିଲେ ଯେ, ୫-ଟି ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନ ଳଠାରୁ ମଧ୍ୟ ପିଲାମାନେ ଭଲ ସୁବିଧା ପାଉଛନ୍ତି । ବି.ଏସ୍.କେ.ୱାଇ କାର୍ଡରେ ବେସରକାରୀ ହସପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି । ଲକ୍ଷ୍ମୀ ବସରେ ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି । ଏହାଦ୍ୱାରା ଆପଣମାନଙ୍କ ବୋଝ ହାଲ୍କା ହେଉଛି । ଆପଣମାନଙ୍କ ପିଲାମାନେ ଆଗକୁ ବଢ଼ିବାକୁ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସାରା ଓଡ଼ିଶା ଆଗକୁ ବଢ଼ିବ ।
ସେ କହିଲେ ଯେ, ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି । ଏହାର ଅନେକ ଉଦାହରଣ ଅଛି । ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ଆଡମିଶନ ନେଇଛି । ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି । ପୁଅକୁ ଡାକ୍ତର କରିପାରୁଛନ୍ତି । ଲୋକଙ୍କ ସ୍ୱପ୍ନ ପୁରଣ ହୋଇପାରୁଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦ୍ରର ବିଜେପି ସରକାର ପ୍ରସଙ୍ଗରେ ପାଣ୍ଡିଆନ କହିଲେ ଯେ, ସେମାନେ ବହୁତ କଥା କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ – ଦରଦାମ୍ କମେଇବା, ଏଲ୍.ପି.ଜି., ପେଟ୍ରୋଲ, ଡିଜେଲ ଆଦି ଦାମ କମେଇବେ ବୋଲି କହିଥିଲେ । କମିଲା କି ? ରୋଜଗାର ଦେବା କଥା କହିଥିଲେ, ଦେଲେ କି ? ତେଣୁ ଆପଣମାନେ ବୁଝନ୍ତୁ । ସେମାନଙ୍କର ଆପଣଙ୍କ ସୁଖଦୁଃଖ ସହିତ କିଛି ସମ୍ପର୍କ ନାହିଁ । ସେମାନେ କେବଳ ୫ ବର୍ଷରେ ଥରେ ଆସିବେ, ଭୋଟ ମାଗିବେ । ନବୀନ ସରକାର ଆପଣଙ୍କ ସୁଖଦୁଃଖର ସାଥି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନଙ୍କର ଯାହା ବି କିଛି କାମ ଅଛି, ଦାବି ଅଛି, ସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ପାଣ୍ଡିଆନ କହିଥିଲେ।
ସୋରୋରେ ସେ ବାହାନଗାଲୋକଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବାହାନଗା ମାଟି ସାରା ଦେଶକୁ, ସାରା ଦୁନିଆକୁ ‘ମଣିଷ ପଣିଆ’ ଦେଖାଇଛି । ମଣିଷ ପଣିଆରେ ନୂଆ ପରିଚୟ ଦେଇଛି ।
୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ । ବିଜୁ ପରିବାରକୁ ଆହ୍ୱାନ ଦେଇ ପାଣ୍ଡିଆନ କହିଲେ ଯେ ଆପଣମାନେ କଠିନ ପରିଶ୍ରମ କରନ୍ତୁ । ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବହୁ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବାକୁ ସେ ଅନୁରୋଧ କରିଥିଲେ ।
ବିଭିନ୍ନ ସ୍ଥାନରେ ବିକାଶର ହିସାବ ଦେଇ ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀ ସଲ୍ଟ ରୋଡ୍ ପାଇଁ ୬୦ କୋଟି ଦେଇଛନ୍ତି, ଜଳସେଚନ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଆପଣମାନେ ଯେଉଁ କାମ ପାଇଁ ପ୍ରସ୍ତାବ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି । ସିମୁଳିଆ ଓ ଖଇରାକୁ ଏନ୍.ଏ.ସି ମାନ୍ୟତା ଦିଆଯାଇଛି । ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।
ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର
Next ArticleKartik Pandian Campaigns in Balasore, Bhadrak Lok Sabha Constituencies
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
