न्यूज़रूम ओडिशा
ब्रेकिंग
ओडिया समाचार

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଥମିଲା ପ୍ରଚାର, ଶନିବାର ୫୭ ଆସନରେ ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ଥମିଛି ପ୍ରଚାର ଗହଳି। ଅନ୍ତିମ ପର୍ଯ୍ୟାୟରେ ୫୭ଟି ଲୋକସଭା ଆସନରେ ଜୁନ୍ ୧ରେ ହେବ ଭୋଟ୍ ଗ୍ରହଣ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ଗୋଟିଏ ଆସନ ସମେତ ପଞ୍ଜାବର ସମସ୍ତ ୧୩ଟି ସିଟ୍, ହିମାଚଳ ପ୍ରଦେଶର ୪, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ଓଡିଶାର ୬ ଏବଂ ଝାଡ଼ଖଣ୍ଡର ୩ଟି ଆସନରେ [...]

Admin•30 मई 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ଥମିଛି ପ୍ରଚାର ଗହଳି। ଅନ୍ତିମ ପର୍ଯ୍ୟାୟରେ ୫୭ଟି ଲୋକସଭା ଆସନରେ ଜୁନ୍ ୧ରେ ହେବ ଭୋଟ୍ ଗ୍ରହଣ।

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ଗୋଟିଏ ଆସନ ସମେତ ପଞ୍ଜାବର ସମସ୍ତ ୧୩ଟି ସିଟ୍, ହିମାଚଳ ପ୍ରଦେଶର ୪, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ଓଡିଶାର ୬ ଏବଂ ଝାଡ଼ଖଣ୍ଡର ୩ଟି ଆସନରେ ଶନିବାର ମତଦାନ ଅନୁଷ୍ଠିତ ହେବ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉତ୍ତର ପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରେ ମଧ୍ୟ ଭୋଟ ପଡ଼ିବ । ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ପ୍ରଥମ ୬ ପର୍ଯ୍ୟାୟ ସୁଦ୍ଧା ୫୪୩ ଲୋକସଭା ଆସନ ମଧ୍ୟରୁ ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୮୬ଟି ଆସନରେ ମତଦାନ ଶେଷ ହୋଇଥିଲା । ପ୍ରଥମ ୬ଟି ପର୍ଯ୍ୟାୟରେ ମତଦାନ ହାର‌ ଯଥାକ୍ରମେ ୬୬.୧୪ ପ୍ରତିଶତ, ୬୬.୭୧, ୬୫.୬୮, ୬୯.୧୬, ୬୨.୨ ଏବଂ ୬୩.୩୬ ପ୍ରତିଶତ ଥିଲା। ଶନିବାର ଶେଷ ପର୍ଯ୍ୟାୟ ମତଦାନ ପରେ ଜୁନ୍ ୪ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ |

#Odia#Odisha#News
Share Article:

Related Articles