न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀଜୀଉଙ୍କ ହଳଦୀ ପାଣି ସହିତ ଶେଷ ହୋଇଛି ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା

ସରିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା। ହଳଦୀପାଣି ପିଚକାରୀ ଖେଳ ସହ ବାହାର ଚନ୍ଦନ ଯାତ୍ରା ଉତ୍ସବ ଶେଷ ହୋଇଛି। ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ମୁକ୍ତି ପାଇବା ପାଇଁ ଜଳକ୍ରୀଡ଼ା କରୁଥିବା ବେଳେ ଗତକାଲି ଭଉଁରୀ ପରେ ଆଜି ୨୧ ଦିନର ଯାତ୍ରା ପୂର୍ବୋକ୍ତ ବିଧିରେ ଅନୁଷ୍ଠିତ ହୋଇଥିଲା।ଆଜି ହଳଦୀ ପାଣିରେ କେବଳ ଦିନ ଚାପ କରାଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ, [...]

Admin•31 मई 2024
Share Article:

ସରିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା। ହଳଦୀପାଣି ପିଚକାରୀ ଖେଳ ସହ ବାହାର ଚନ୍ଦନ ଯାତ୍ରା ଉତ୍ସବ ଶେଷ ହୋଇଛି। ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ମୁକ୍ତି ପାଇବା ପାଇଁ ଜଳକ୍ରୀଡ଼ା କରୁଥିବା ବେଳେ ଗତକାଲି ଭଉଁରୀ ପରେ ଆଜି ୨୧ ଦିନର ଯାତ୍ରା ପୂର୍ବୋକ୍ତ ବିଧିରେ ଅନୁଷ୍ଠିତ ହୋଇଥିଲା।ଆଜି ହଳଦୀ ପାଣିରେ କେବଳ ଦିନ ଚାପ କରାଯାଇଥିଲା।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ। ଭିତରଛ ସେବକଙ୍କ ଦ୍ୱାରା ଜଳଲାଗି ନୀତି ସମ୍ପନ୍ନ କରାଯାଇଥିଲା। ପରେ ଦେବ ବିଗ୍ରହମାନେ ଜଳକ୍ରୀଡା କରିବାକୁ ଚାପଡଙ୍ଗା ନନ୍ଦା ଓ ଭଦ୍ରାରେ ବିଜେ କରିଥିଲେ। ପରେ ଠାକୁରମାନେ ପ୍ରତ୍ୟକ ଦିନ ଭଳି ନରେନ୍ଦ୍ର ପୁଷ୍କରଣୀରେ ଏକ ଘେରା ପରିକ୍ରମା କରି ଜଳକ୍ରୀଡା କରିଥିଲେ। ଦିନ ଚାପ ସରିବା ପରେ ମହାଜନ ସେବକମାନେ ଭଦ୍ରା ଚାପରୁ ରାମକୃଷ୍ଣଙ୍କୁ ଆଣି ମଦନମୋହନ ବିଜେ କରିଥିବା ଧଳାଚାପ ବା ନନ୍ଦାରେ ବିଜେ କରିଥିଲେ। ହଳଦୀ ପାଣି ନୀତି ସମ୍ପନ୍ନ କରାଯାଇଥିଲା। ପରେ ମୁଦିରସ୍ତଙ୍କ ଦ୍ୱାରା ରାଜକୀୟ ନୀତି ବନ୍ଦାପନା ସମ୍ପନ୍ନ କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଦେବ ବିଗ୍ରହମାନଙ୍କୁ ଚନ୍ଦନ ଚକଡାକୁ ବିଜେ କରାଯାଇଥିଲା। ମଇଲମ ଆଦି ନୀତି ସମ୍ପାଦନା କରାଯାଇ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇ ଭୋଗ ମଣୋହି କରାଯାଇଥିଲା। ପରେ ଦେବବିଗ୍ରହଙ୍କୁ ଆଳତି କରାଯାଇଥିଲା। ସମସ୍ତ ନୀତି ସମ୍ପନ୍ନ ହେବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ବିଧି ମୁତାବକ କେବଳ ଦିନ ଚାପ କରାଯାଇଥିବା ବେଳେ ରାତିଚାପ କରାଯାଇନଥିଲା।

#Odia#Odisha#News
Share Article:

Related Articles