ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି
ଭୁବନେଶ୍ୱର – ମାରାଥନ ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଶେଷରେ ଫୁରସତ ମିଳିଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଏହା ପରେ ଜୁନ୍ ୪ ମତଗଣନାକୁ ଅପେକ୍ଷା। ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ ମିଳିଥିବା ଟିକେ ଫୁରସତ ସମୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋ ଯାଇ ଦୁଇଟି ପୁସ୍ତକ କିଣିଛନ୍ତି । ପୁସ୍ତକ ପ୍ରେମୀ ଭାବେ ପରିଚିତ ସାଧାରଣ ପାଠକ ଭାବେ [...]
ଭୁବନେଶ୍ୱର – ମାରାଥନ ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଶେଷରେ ଫୁରସତ ମିଳିଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଏହା ପରେ ଜୁନ୍ ୪ ମତଗଣନାକୁ ଅପେକ୍ଷା। ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ ମିଳିଥିବା ଟିକେ ଫୁରସତ ସମୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋ ଯାଇ ଦୁଇଟି ପୁସ୍ତକ କିଣିଛନ୍ତି । ପୁସ୍ତକ ପ୍ରେମୀ ଭାବେ ପରିଚିତ ସାଧାରଣ ପାଠକ ଭାବେ ବହି ଦୋକାନକୁ ଯାଇ ନବୀନ ଦୁଇଟି ଇଂରାଜୀ ଭାଷାର ପୁସ୍ତକ କିଣିଥିଲେ। ଜଣେ ସୁଲେଖକ ଭାବେ ବି ନବୀନ ଜଣାଶୁଣା । ଦ ଗାର୍ଡନ ଅଫ ଲାଇଫ, ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ ଭଳି ପୁସ୍ତକ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।


ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ। ସେପଟେ ଦୋକାନ ମାଲିକ କହିଛନ୍ତି- ପୂର୍ବରୁ ବିଜୁ ପଟ୍ଟନାୟକ ବି ଏହି ଷ୍ଟୋରକୁ ଆସିଥିଲେ। ମୁଖ୍ଯମନ୍ତ୍ରୀ ନବୀନ ଅଢେଇ ହଜାର ଟଙ୍କାର ପୁସ୍ତକ କିଣିଥିବା ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବି ଥିଲେ ।
Confident CM Buys Books at Modern Book Depot, Takes Selfie
Next Articleକାଲି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ, ୫୭ ଆସନରେ ହେବ ମତଦାନ; ମଇଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୯୦୪ ପ୍ରାର୍ଥୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
