न्यूज़रूम ओडिशा
ब्रेकिंग
ओडिया समाचार

କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ଭୁବନେଶ୍ୱର – ଓଡ଼ିଶାର ପରିଚିତ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁରଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମାଗୁଣି କେନ୍ଦୁଝର ପୁରୁଣା ବଜାର ସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କାଠ କଣ୍ଢେଇ ନୃତ୍ୟ କଳା ପାଇଁ ଦେଶବିଦେଶରେ ଜଣାଶୁଣା ଥିଲେ ମାଗୁଣି କୁଅଁର। ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ‌। ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ [...]

Admin•1 जून 2024
Share Article:

ଭୁବନେଶ୍ୱର – ଓଡ଼ିଶାର ପରିଚିତ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁରଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମାଗୁଣି କେନ୍ଦୁଝର ପୁରୁଣା ବଜାର ସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କାଠ କଣ୍ଢେଇ ନୃତ୍ୟ କଳା ପାଇଁ ଦେଶବିଦେଶରେ ଜଣାଶୁଣା ଥିଲେ ମାଗୁଣି କୁଅଁର। ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ‌।

୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ ମାଗୁଣି । କଣ୍ଢେଇ ନୃ୍ତ୍ୟକୁ ବଞ୍ଚାଇ ରଖିବା ପାଇଁ ମାଗୁଣିଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ରାଜ୍ୟର ବିଭିନ୍ନ ମହୋତ୍ସବ ସମେତ ଦେଶର ବିଭିନ୍ନ ମଞ୍ଚରେ କଣ୍ଢେଇ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ମାଗୁଣି । ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଓ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ସେ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।

#Odia#Odisha#News
Share Article:

Related Articles