न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ସଂଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୨.୪୬ ପ୍ରତିଶତ

ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆଜି ସଂଧ୍ୟାରେ ୫ଟା ସୁଦ୍ଧା ୬୨ ଦଶମିକ ୪୬ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୬୧ ଦଶମିକ ୯୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ ଓ ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। [...]

Admin•1 जून 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆଜି ସଂଧ୍ୟାରେ ୫ଟା ସୁଦ୍ଧା ୬୨ ଦଶମିକ ୪୬ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୬୧ ଦଶମିକ ୯୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ୬୨.୦୨ ପ୍ରତିଶତ ଓ ମୟୂରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। ମତଦାନ ଶେଷ ସମୟ ସଂଧ୍ୟା ୬ଟାରେ ଶେଷ ହୋଇଥିଲେ ମଧ୍ୟ ଲାଇନରେ ଥିବା ମତଦାତାମାନେ ଭୋଟ ଦେବା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ତେଣୁ ମତଦାନ ହାର ବୃଦ୍ଧି ପାଇବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles