ବାହାନଗାରେ କରମଣ୍ଡଳର କରୁଣ ପରିଣତିକୁ ବର୍ଷେ
ଭୁବନେଶ୍ୱର – ଆଜି ଜୁନ୍ ୨ । ବର୍ଷକ ତଳେ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ବଡ଼ ଧରଣର ଓ ଭୟଙ୍କର ଟ୍ରେନ ଦୁର୍ଘଟଣା । ସେଦିନ ଥିଲା ଶୁକ୍ରବାର। ସଂଧ୍ୟା ପ୍ରାୟ ୭ଟାରେ ଖବର ଆସିଲା ଯେ, ବାଲେଶ୍ଵର ଜିଲାର ଏକ ଛୋଟ ଷ୍ଟେସନ ବାହାନଗାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଲୋକପ୍ରିୟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଥିଲା । ରାତି ବଢିବା ସହ ଜଣା ପଡିଥିଲା ଯେ, [...]
ଭୁବନେଶ୍ୱର – ଆଜି ଜୁନ୍ ୨ । ବର୍ଷକ ତଳେ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ବଡ଼ ଧରଣର ଓ ଭୟଙ୍କର ଟ୍ରେନ ଦୁର୍ଘଟଣା । ସେଦିନ ଥିଲା ଶୁକ୍ରବାର। ସଂଧ୍ୟା ପ୍ରାୟ ୭ଟାରେ ଖବର ଆସିଲା ଯେ, ବାଲେଶ୍ଵର ଜିଲାର ଏକ ଛୋଟ ଷ୍ଟେସନ ବାହାନଗାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଲୋକପ୍ରିୟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଥିଲା । ରାତି ବଢିବା ସହ ଜଣା ପଡିଥିଲା ଯେ, ଏକ ଛୋଟମୋଟ ଦୁର୍ଘଟଣା ନୁହେଁ , ବରଂ ଏକ ବଡଧରଣର ଓ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି ।
ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଏହି ଭୟଙ୍କର ଟ୍ରେନ ଟ୍ରାଜେଡିରେ ଚାଲିଯାଇଥିଲା ୨୯୬ ଯାତ୍ରୀଙ୍କ ଜୀବନ । ଓଡିଶା ମାଟିରେ ଘଟିଥିବା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସାରା ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଆଜିକୁ ଠିକ୍ ବର୍ଷେ ପୂରିଛି । ଆଜି ବି ଅନେକଙ୍କ ସ୍ମୃତିରୁ ଲିଭି ନାହିଁ ସେହି ଭୟଙ୍କର ଓ ଛାତି ଥରା ଦୁର୍ଘଟଣା ।
କିଏ ଜାଣିଥିଲା ଯେ, ଶୁକ୍ରବାର ଅନେକଙ୍କ ପାଇଁ ଶେଷ ଶୁକ୍ରବାର ପାଲଟିଯିବ! ବାଲେଶ୍ୱରର ବାହାନଗାଠାରେ ଘଟିଲା ଦେଶର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା। କିଏ ଟ୍ରେନ୍ ଚକ ତଳେ ରହିଗଲା, କିଏ ବଗିରେ ଚାପି ହୋଇଯାଇଥିଲା ତ ଆଉ କିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଗି ଭିତରେ ହିଁ ଶବ ପାଲଟିଗଲା । ବାହାନଗାରେ ମୁହାଁମୁହିଁ ଧକ୍କା ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ସହ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ । ବଢ଼ି ଚାଲିଲା ମୃତ୍ୟୁ ସଂଖ୍ୟା । ହୃଦୟ ବିଦାରକ ଦୃଶ୍ୟ ରାତିର ନୀରବ ତାକୁ ଭଙ୍ଗ କରିଥିଲା । ଅନ୍ଧାର ଭିତରେ ଆରମ୍ଭ ହୋଇଥିଲା ବଡ଼ ଧରଣର ଉଦ୍ଧାର ଅଭିଯାନ। କିଏ ଜୀବନ ପାଇଁ ବିକଳ ହୋଇଯାଉଥାଏ ତ କିଏ ପରିବାର ପାଇଁ ନେହୁରା ହେଉଥିଲା ।
ଦୁର୍ଘଟଣା ଖବର ଖେଳିଯିବା ପରେ ଏକାଠି ଆଗେଇ ଆସିଥିଲେ ବାହାନଗା ବାସୀ । ମାନବିକତାର ଅପୂର୍ବ ଉଦାହରଣ ଦେଖାଇ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଯିଏ ଯେଉଁଥିରେ ପାରିଲା ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସହାୟତାର ହାତ ବଢ଼ାଇଥିଲେ । ଏପରିକି ରାତିସାରା ହସ୍ପିଟାଲ ବାହାରେ ଆହତଙ୍କୁ ରକ୍ତଦାନ କରିବାକୁ ଲମ୍ବା ଲାଇନ୍ ମଧ୍ୟ ଲଗାଇଥିଲେ ସ୍ଥାନୀୟ ଲୋକେ ।
ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିଚାଲିଥିଲା । ବ୍ୟାପକ ଓ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍, ୧୫ରୁ ଅଧିକ ଅଗ୍ନିଶମବାହିନୀ. ୧୦୦ ଡାକ୍ତରୀ ଦଳ, ୨୦୦ ଆମ୍ବୁଲାନ୍ସ ଏବଂ ୨୦୦ ଜଣ ପୋଲିସ କର୍ମଚାରୀ ଏହି ବିଶାଳ ଉଦ୍ଧାର ଅପରେସନରେ ନିୟୋଜିତ ଥିଲେ ।
ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ଫଳରେ ଅନେକଙ୍କ ଜୀବନ ବଞ୍ଚିଯାଇଛି । ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କୁହାଗଲା । ପାଖାପାଖି ୩୦୦ ଜଣ ଯାତ୍ରୀଙ୍କ ଜୀବନ ଗଲା ଓ ଅନେକ ଆହତ ସାରା ଜୀବନ ପାଇଁ ଅକାମୀ ହୋଇଗଲେ । ସିବିଆଇ ତଦନ୍ତରେ ରେଳବାଇର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଗଲା ।
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ୭୦ ଦଶମିକ ୪୭ ପ୍ରତିଶତ
Next Articleଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
