न्यूज़रूम ओडिशा
ब्रेकिंग
ओडिया समाचार

ଟି-୨୦ ବିଶ୍ୱକପ: ଉଦଘାଟନୀ ମ୍ୟାଚରେ କାନାଡ଼ାକୁ ହରାଇଲା ଆମେରିକା

ଡାଲାସ୍: ଆଜିଠାରୁ ଆରମ୍ଭ‌ ହୋଇଛି ଟି-୨୦ ବିଶ୍ୱକପ । ରବିବାର ଉଦଘାଟନୀ ମ୍ୟାଚରେ ଆୟୋଜକ ଆମେରିକା ୭ ୱିକେଟରେ କାନାଡାକୁ ହରାଇ ଦେଇଛି | ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକା ଟସ୍ ଜିତି କାନାଡାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । କାନାଡ଼ା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ହେଲେ କାନାଡ଼ା ଏହି ବିଜୟ ୧୭.୪ ଓଭରରେ ୩ ୱିକେଟ୍ ହରାଇ [...]

Admin•2 जून 2024
Share Article:

ଡାଲାସ୍: ଆଜିଠାରୁ ଆରମ୍ଭ‌ ହୋଇଛି ଟି-୨୦ ବିଶ୍ୱକପ । ରବିବାର ଉଦଘାଟନୀ ମ୍ୟାଚରେ ଆୟୋଜକ ଆମେରିକା ୭ ୱିକେଟରେ କାନାଡାକୁ ହରାଇ ଦେଇଛି | ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକା ଟସ୍ ଜିତି କାନାଡାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । କାନାଡ଼ା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ହେଲେ କାନାଡ଼ା ଏହି ବିଜୟ ୧୭.୪ ଓଭରରେ ୩ ୱିକେଟ୍ ହରାଇ ଆମେରିକା ଲକ୍ଷ୍ୟ ହାସଲ କରିଥିଲା।

ଆମେରିକା ପାଇଁ ଆରୋନ ଜୋନ୍ସ ଅପରାଜିତ ୯୪ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ସେ ୧୭ତମ ଓଭରର ଚତୁର୍ଥ ବଲରେ ଛକା ମାରି ଦଳକୁ ଜିତାଇଥିଲେ। ଜୋନ୍ସ ଏବଂ ଆଣ୍ଡ୍ରିସ୍ ଗସଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୩୧ ରନ୍ ଭାଗିଦାରୀ କରିଥିଲେ | ଜୋନ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ | ଜୋନ୍ସ ୪୦ ବଲରେ ଅପରାଜିତ ୯୪ ରନ୍ କରିଥିଲେ। ସେ ୪ ଚଉକା ଓ ୧୦ ଛକା ମାରିଥିଲେ |

#Odia#Odisha#News
Share Article:

Related Articles