न्यूज़रूम ओडिशा
ब्रेकिंग
ओडिया समाचार

ବଜ୍ରପାତ ନେଲା ୨ ଶ୍ରମିଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ‌ ପ୍ରବଳ ବେଗରେ ପବନ ପ୍ରବାହିତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ତେବେ ସାନଖେମୁଣ୍ଡି ଅଞ୍ଚଳରେ ବଜ୍ରାଘାତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ପାଟପୁର ଥାନା ଅନ୍ତର୍ଗତ ଗାନ୍ଧୀ ଛକର ଏକ ମନ୍ଦିର ନିକଟ ଆମ୍ବ ଗଛ ତଳେ ଝଡିବର୍ଷା ସମୟରେ ଆଶ୍ରୟ ନେଇଥିବା ଦୁଇ ଯୁବକ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁଙ୍କ ମୃତ୍ୟୁ [...]

Admin•2 जून 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ‌ ପ୍ରବଳ ବେଗରେ ପବନ ପ୍ରବାହିତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ତେବେ ସାନଖେମୁଣ୍ଡି ଅଞ୍ଚଳରେ ବଜ୍ରାଘାତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ପାଟପୁର ଥାନା ଅନ୍ତର୍ଗତ ଗାନ୍ଧୀ ଛକର ଏକ ମନ୍ଦିର ନିକଟ ଆମ୍ବ ଗଛ ତଳେ ଝଡିବର୍ଷା ସମୟରେ ଆଶ୍ରୟ ନେଇଥିବା ଦୁଇ ଯୁବକ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁଙ୍କ ମୃତ୍ୟୁ ଘଟିଛି। ଏମାନେ ପାଖରେ ଚାଲିଥିବା ଠାକୁରାଣୀ ଯାତ୍ରାରେ ମୀନା ବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବଜ୍ରାଘାତରେ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

#Odia#Odisha#News
Share Article:

Related Articles