न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ଗୃହୀତ

ଭୁବନେଶ୍ବର – ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପୂର୍ବରୂ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ଆଜି ବସିଥିଲା। ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟାବିନେଟ ନିଷ୍ପତି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ସୂଚନାଯୋଗ୍ୟ ଚଳିତ ସାଧାରଣ [...]

Admin•3 जून 2024
Share Article:

ଭୁବନେଶ୍ବର – ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପୂର୍ବରୂ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ଆଜି ବସିଥିଲା। ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟାବିନେଟ ନିଷ୍ପତି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ।

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବ। ଭୋଟ୍‌ ଗଣତି ପୂର୍ବରୁୁ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଭୋଟ୍‌ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିବେ ।

#Odia#Odisha#News
Share Article:

Related Articles