କନ୍ଧମାଳ ଜିଲ୍ଲାର ୨ଟି ସ୍ଥାନରେ ଭୋଟ ଗଣତି, ସୁରକ୍ଷା କଡ଼ାକଡ଼ି
ଫୁଲବାଣୀ: ଆସନ୍ତାକାଲି ଭୋଟ ଗଣତି ପାଇଁ କନ୍ଧମାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଫୁଲବାଣୀ ପଲିଟେକନିକ ଠାରେ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି.ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି ପାଇଁ ୧୨୨ ଜଣ ଓ ୧୭୮ ଜଣ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ [...]
ଫୁଲବାଣୀ: ଆସନ୍ତାକାଲି ଭୋଟ ଗଣତି ପାଇଁ କନ୍ଧମାଳ ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଫୁଲବାଣୀ ପଲିଟେକନିକ ଠାରେ ଗଣତି କରାଯିବ। ବାଲିଗୁଡା ବିଧାନସଭା ଆସନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ଜି.ଉଦୟଗିରି ପାଇଁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ଗଣତି କରାଯିବ। ଫୁଲବାଣୀ ଠାରେ ସୁରୁଖୁରୁରେ ଗଣତି ପାଇଁ ୧୨୨ ଜଣ ଓ ୧୭୮ ଜଣ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଫୁଲବାଣୀ ବିଧାନସଭା ଆସନ ପାଇଁ ୧୦ଟି ଓ ଲୋକସଭା ଆସନ ପାଇଁ ୧୦ଟି ଟେବୁଲରେ କାଉଣ୍ଟିଂ କରାଯିବ। ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ଗଣତି ହେବ। ସେହିଭଳି ପୋଷ୍ଟାଲ୍ ବ୍ୟାଲଟ ପାଇଁ ଆଉ ୧୦ଟି ଟେବୁଲ ରହିବ। ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ ମତଦାନ କରିଥିଲେ। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେପଟେ ବାଲିଗୁଡାରେ ଭୋଟ ଗଣତି ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କ ଠାରୁ ସଂଗ୍ରହ କରାଯାଇଛି। ଗଣତି ଦାୟିତ୍ୱରେ ରହିଥିବା ଅଧିକାରୀମାନଙ୍କୁ ଆଗରୁ ତାଲିମ ଦିଆଯାଇଛି। ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଥିବା ପାସ୍ ଧାରୀ ବ୍ୟକ୍ତିଙ୍କୁ କଡାକଡ଼ି ଯାଞ୍ଚ କରାଯିବ। ଭୋଟ ଗଣତି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖରେ ମତଦାନ ହୋଇଥିଲା। ମତଦାନ ପରେ ଇଭିଏମ୍ ଗୁଡିକ ଷ୍ଟଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ମଧ୍ଯରେ ସିସି ଟିଭି କ୍ୟାମେରା ଖଞ୍ଜା ହୋଇଛି। ଆସନ୍ତା କାଲି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ।
ଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକଙ୍କ ମତଦାନ ସହ ଭାରତର ବିଶ୍ୱ ରେକର୍ଡ
Next Articleନିର୍ବାଚନ ପ୍ରକ୍ରିୟାର ଅନ୍ତିମ ଚରଣ : କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଗଣତି ନେଇ ସିଇଓଙ୍କ ସୂଚନା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
