ଏଥର ନିର୍ବାଚନରେ ରାଜ୍ୟରେ ମତଦାନ ହାର ୨୦୧୯ ଅପେକ୍ଷା ଅଧିକ, ମହିଳାଙ୍କ ମତଦାନ ହାର ସର୍ବାଧିକ
ଭୁବନେଶ୍ୱର – ଏଥର ଓଡ଼ିଶାରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୧.୪୬ ଲକ୍ଷ ଓ ଲୋକସଭା ପାଇଁ ୧.୪୭ ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ୨୦୧୯ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୦୯ ପ୍ରତିଶତ ଥିବାବେଳେ ଏଥର ୭୪.୪୪% କୁ ବୃଦ୍ଧି ପାଇଛି । [...]
ଭୁବନେଶ୍ୱର – ଏଥର ଓଡ଼ିଶାରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୧.୪୬ ଲକ୍ଷ ଓ ଲୋକସଭା ପାଇଁ ୧.୪୭ ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ୨୦୧୯ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୦୯ ପ୍ରତିଶତ ଥିବାବେଳେ ଏଥର ୭୪.୪୪% କୁ ବୃଦ୍ଧି ପାଇଛି ।
ଏଥର ସାଧାରଣ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭ ପ୍ରତିଶତ ଓ ମହିଳାଙ୍କ ମତଦାନ ହାର ୭୫.୫୫ ପ୍ରତିଶତ ରହିଛି। ମହିଳାଙ୍କ ମତଦାନ ହାର ପୁରୁଷ ଭୋଟର ତୁଳନାରେ ପ୍ରାୟ ୨ ପ୍ରତିଶତ ଅଧିକ ରହିଛି । ଏଥର ନିର୍ବାଚନରେ ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି । ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି । ଆସିକା ସଂସଦୀୟ କ୍ଷେତ୍ରରେ ସର୍ବାଧିକ ପ୍ରାୟ ୩ ପ୍ରତିଶତ ମତଦାନ ହାର ହ୍ରାସ ପାଇଛି । ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ଏହା ୬୨.୬୭% ରହିଛି । ସେହିପରି କେନ୍ଦ୍ରାପଡ଼ାରେ ୧ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧ ପ୍ରତିଶତରୁ ଅଧିକ ମତଦାନ ହାର ହ୍ରାସ ପାଇଛି । ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ୱଳ୍ପ ରହିଥିବା ସିଇଓ ସୂଚନା ଦେଇଛନ୍ତି।
Odisha Govt Confirms 30 Sunstroke Deaths So Far
Next Articleପୁଲୱାମା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ସଫଳତା, ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିପାତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
