न्यूज़रूम ओडिशा
ब्रेकिंग
ओडिया समाचार

କାହା ସପକ୍ଷରେ ଜନାଦେଶ ? ଆଜି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି , ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ସ୍ଥିତି

ଭୁବନେଶ୍ୱର – ପ୍ରତୀକ୍ଷାର ଅବସାନ । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ଆଜି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଆଜି ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ସକାଳ ୮ଟାରୁ [...]

Admin•4 जून 2024
Share Article:

ଭୁବନେଶ୍ୱର – ପ୍ରତୀକ୍ଷାର ଅବସାନ । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ଆଜି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଆଜି ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ।

ଏଥର ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ପହିଲାରେ ହୋଇଥିଲା ଭୋଟ୍ ଗ୍ରହଣ। ରାଜ୍ୟରେ ସାମଗ୍ରିକ ମତଦାନ ହାର ୭୪ ଦଶମିକ ୪୪ ପ୍ରତିଶତ ରହିଛି, ଯାହା କି ୨୦୧୯ ନିର୍ବାଚନ ତୁଳନାରେ ଅଧିକ ।

#Odia#Odisha#News
Share Article:

Related Articles