न्यूज़रूम ओडिशा
ब्रेकिंग
ओडिया समाचार

କର୍ଣ୍ଣାଟକରୁ ମିଳିଲେ ମାଲକାନଗିରିର ଡାକ୍ତର ଅମ୍ଳାନ ଭୋଇ

ମାଲକାନଗିରି – କିଛି ଦିନ ତଳେ ମାଲକାନଗିରିରୁ ନିଖୋଜ ହୋଇଯାଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ କର୍ଣ୍ଣାଟକରୁ ଠାବ ହୋଇଛନ୍ତି। କାଲିମେଳା ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ ଭୋଇ ସରକାରୀ କ୍ୱାର୍ଟରରେ ରହୁଥିଲେ। ଜୁନ୍ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ [...]

Admin•5 जून 2024
Share Article:

ମାଲକାନଗିରି – କିଛି ଦିନ ତଳେ ମାଲକାନଗିରିରୁ ନିଖୋଜ ହୋଇଯାଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ କର୍ଣ୍ଣାଟକରୁ ଠାବ ହୋଇଛନ୍ତି। କାଲିମେଳା ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ।

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ ଭୋଇ ସରକାରୀ କ୍ୱାର୍ଟରରେ ରହୁଥିଲେ। ଜୁନ୍ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଗତ ୨ ତାରିଖରେ କାଲିମେଳା ଥାନାରେ ଏତଲା ଦେଇଥିଲେ। ପୋଲିସ୍‌ ତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ସେଠାରୁ ମୋବାଇଲ ଓ ବାଇକ୍ ଜବତ କରିଥିଲା। ତାଙ୍କୁ ନକ୍ସଲମାନେ ଅପହରଣ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ମାଲକାନଗିରି ଏସ୍‌ପି ଏହାକୁ ଖଣ୍ଡନ କରିଥିଲେ।

ପୋଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରି ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ଡାକ୍ତର ଅମ୍ଲାନଙ୍କୁ ଖୋଜିବାକୁ ଟିମ୍‌ ଗଠିତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଏହାପରେ ସେ ବେଙ୍ଗାଳୁରୁ ନିକଟ ଏକ ଗାଁରେ ଥିବା ସୂଚନା ପାଇ କାଳିମେଳା ପୋଲିସ ଟିମ୍‌ ସେଠାରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କୁ ମାଲକାନଗିରି ଅଣାଯାଉଛି।

ତେବେ ଅମ୍ଳାନ କିପରି ଓ କେଉଁ କାରଣରୁ କାହାକୁ ନ କହି ହଠାତ୍ କର୍ଣ୍ଣାଟକ ଚାଲି ଯାଇଥିଲେ ତାହା ଏବେ ସସ୍‌ପେନ୍ସ ଘେରରେ ରହିଛି । ସେ ଫେରିବା ପରେ ହିଁ ଏହାର କାରଣ ଜଣାପଡିବ ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles