न्यूज़रूम ओडिशा
ब्रेकिंग
ओडिया समाचार

କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ମହିଳା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସ୍ଏଫର ଜଣେ ମହିଳା ସୁରକ୍ଷାକର୍ମୀ ବଲିଉଡ୍ ଅଭିନେତ୍ରୀ ତଥା ବିଜେପିର ନବନିର୍ବାଚିତ ସାଂସଦ କଙ୍ଗନା ରନାୱତଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଘଟଣା ଘଟିଛି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଜିତିବା ପରେ ବିଜେପି ବୈଠକରେ ଯୋଗଦେବା ପାଇଁ କଙ୍ଗନା ଭିସ୍ତାରା ଏୟାରଲାଇନ୍ସର ବିମାନରେ ଦିଲ୍ଲୀ ଯାଉଥିଲେ। ତେବେ ଚଣ୍ଡିଗଡ଼ ବିମାନ ବନ୍ଦରରେ ତାଙ୍କ ସୁରକ୍ଷା ଯାଞ୍ଚ ସମୟରେ ସିଆଇଏସ୍ଏଫର [...]

Admin•6 जून 2024
Share Article:

ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସ୍ଏଫର ଜଣେ ମହିଳା ସୁରକ୍ଷାକର୍ମୀ ବଲିଉଡ୍ ଅଭିନେତ୍ରୀ ତଥା ବିଜେପିର ନବନିର୍ବାଚିତ ସାଂସଦ କଙ୍ଗନା ରନାୱତଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଘଟଣା ଘଟିଛି। ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଜିତିବା ପରେ ବିଜେପି ବୈଠକରେ ଯୋଗଦେବା ପାଇଁ କଙ୍ଗନା ଭିସ୍ତାରା ଏୟାରଲାଇନ୍ସର ବିମାନରେ ଦିଲ୍ଲୀ ଯାଉଥିଲେ। ତେବେ ଚଣ୍ଡିଗଡ଼ ବିମାନ ବନ୍ଦରରେ ତାଙ୍କ ସୁରକ୍ଷା ଯାଞ୍ଚ ସମୟରେ ସିଆଇଏସ୍ଏଫର ମହିଳା ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ମହିଳା ସୁରକ୍ଷାକର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ। କୃଷକ ଆନ୍ଦୋଳନ ବେଳେ ଚାଷୀଙ୍କ ଉପରେ କଙ୍ଗନା ଦେଇଥିବା ଏକ ମନ୍ତବ୍ୟରେ ମହିଳା ସୁରକ୍ଷାକର୍ମୀ ଜଣକ ଆହତ ହୋଇଥିଲେ । ତେଣୁ ସେ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି । ଅଭିଯୁକ୍ତ ମହିଳା ସୁରକ୍ଷାକର୍ମୀଙ୍କୁ ଅଟକ ରଖାଯାଇଛି ।

#Odia#Odisha#News
Share Article:

Related Articles