न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ଘଟଣାର ତଦନ୍ତ ଆରମ୍ଭ, ୪ ଅଟକ

ଭୁବନେଶ୍ୱର – ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିବା ଫୋକସ ଲାଇଟ ଖୋଲାଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି, [...]

Admin•8 जून 2024
Share Article:

ଭୁବନେଶ୍ୱର – ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିବା ଫୋକସ ଲାଇଟ ଖୋଲାଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ମୁଖ୍ୟ ଶାସନ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ।

ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଲାଇଟ ଲଗାଇଥିବା ଇଭେଣ୍ଟ ସଂସ୍ଥାର ୪ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।

#Odia#Odisha#News
Share Article:

Related Articles