न्यूज़रूम ओडिशा
ब्रेकिंग
ओडिया समाचार

ନାମିବ୍ୟାକୁ ହରାଇ ସୁପର-୮ରେ ଅଷ୍ଟ୍ରେଲିଆ

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ଯାଦୁକରୀ ପ୍ରଦର୍ଶନ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ନାମିବ୍ୟାକୁ ସହଜରେ ହରାଇ ସୁପର-୮ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ନାମିବ୍ୟା ୧୭ ଓଭରରେ ମାତ୍ର ୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୪ (୫.୪ ଓଭର) ବଲରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଓପନର୍ [...]

Admin•12 जून 2024
Share Article:

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ଯାଦୁକରୀ ପ୍ରଦର୍ଶନ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ନାମିବ୍ୟାକୁ ସହଜରେ ହରାଇ ସୁପର-୮ରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ନାମିବ୍ୟା ୧୭ ଓଭରରେ ମାତ୍ର ୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୪ (୫.୪ ଓଭର) ବଲରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।

ଓପନର୍ ଟ୍ରାଭିସ୍ ହେଡ୍ ୩୪ ରନରେ ଅପରାଜିତ ରହିଥିଲେ ଏବଂ ଅଧିନାୟକ ମିଚେଲ ମାର୍ଶ ୧୮ ରନ୍ କରି ଅପରାଜିତ ଥିଲେ। ଡେଭିଡ ୱାର୍ଣ୍ଣର ୮ ବଲରେ ୨୦ ରନର ଯୋଗଦାନ କରିଥିଲେ।

ଚଳିତ ଟି-୨୦ ବିଶ୍ୱକପ୍‌ରେ ଏହା ହେଉଛି ଅଷ୍ଟ୍ରେଲିଆର କ୍ରମାଗତ ତୃତୀୟ ବିଜୟ । ଏଥିସହ ଗୋଟିଏ ଗ୍ରୁପ୍ ମ୍ୟାଚ୍ ବାକି ରହି ଦଳ ସୁପର ୮ରେ ପ୍ରବେଶ କରିଛି | ଗ୍ରୁପ୍ ବି’ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଶନିବାର ସ୍କଟଲ୍ୟାଣ୍ଡକୁ ଭେଟିବ।

ଅନ୍ୟପକ୍ଷରେ ତିନୋଟି ମ୍ୟାଚ୍‌ରୁ ଏହା ନାମିବ୍ୟାର ଦ୍ୱିତୀୟ ପରାଜୟ । ଦଳ ସୁପର-୮ ଦୌଡ଼ରୁ ବାହାର ହୋଇଯାଇଛି। ଗ୍ରୁପ୍ ବିରୁ ଦ୍ୱିତୀୟ ସ୍ଥାନ ହାସଲ ପାଇଁ ସ୍କଟଲ୍ୟାଣ୍ଡ ଏବଂ ଇଂଲଣ୍ଡ ରେସରେ ଅଛନ୍ତି।

#Odia#Odisha#News
Share Article:

Related Articles