न्यूज़रूम ओडिशा
ब्रेकिंग
ओडिया समाचार

ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ – ଦୀର୍ଘ ଦିନ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ଵାର। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ [...]

Admin•13 जून 2024
Share Article:

ପୁରୀ – ଦୀର୍ଘ ଦିନ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ଵାର। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଆଜି ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ପ୍ରଭାତୀ ପରିଡା ଏବଂ ନୂତନ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପୁରୀ ଯାଇଥିଲେ । ଚାରି ଦ୍ୱାର ଖୋଲା ହେବା ବେଳେ ଉପସ୍ଥିତ ରହିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

#Odia#Odisha#News
Share Article:

Related Articles