ନ୍ୟୁଜିଲ୍ୟାଣ୍ଡକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍
ତୋରୁବା (ତ୍ରିନିଦାଦ ଏଣ୍ଡ୍ ଟବାଗୋ): ସେରଫେନ୍ ରଦରଫୋର୍ଡଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଏବଂ ଅଲଜାରୀ ଜୋସେଫ ଓ ଗୁଦାକେଶ ମୋତିଙ୍କ ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଟି-୨୦ ବିଶ୍ୱକପ୍ ଗ୍ରୁପ୍ ସି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୩ ରନରେ ହରାଇ ସୁପର ୮ରେ ପ୍ରବେଶ କରିଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ଆଶା ମଉଳି ଯାଇଛି । ୱେଷ୍ଟଇଣ୍ଡିଜର ଏହା କ୍ରମାଗତ ତୃତୀୟ ବିଜୟ । ଏଥିସହ ଦଳ ୬ ପଏଣ୍ଟ [...]
ତୋରୁବା (ତ୍ରିନିଦାଦ ଏଣ୍ଡ୍ ଟବାଗୋ): ସେରଫେନ୍ ରଦରଫୋର୍ଡଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଏବଂ ଅଲଜାରୀ ଜୋସେଫ ଓ ଗୁଦାକେଶ ମୋତିଙ୍କ ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଟି-୨୦ ବିଶ୍ୱକପ୍ ଗ୍ରୁପ୍ ସି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୩ ରନରେ ହରାଇ ସୁପର ୮ରେ ପ୍ରବେଶ କରିଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ଆଶା ମଉଳି ଯାଇଛି ।
ୱେଷ୍ଟଇଣ୍ଡିଜର ଏହା କ୍ରମାଗତ ତୃତୀୟ ବିଜୟ । ଏଥିସହ ଦଳ ୬ ପଏଣ୍ଟ ସହ ଗ୍ରୁପ୍ ସି’ର ଶୀର୍ଷରେ ପହଞ୍ଚିଛି। ପୂର୍ବତନ ରନର୍ସ ଅପ୍ ନ୍ୟୁଜିଲାଣ୍ଡ ତଥା ଗତଥର ସେମିଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲ୍ୟାଣ୍ଡର ଏହା ଲଗାତାର ଦ୍ୱିତୀୟ ପରାଜୟ । ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଠାରୁ ୮୪ ରନରେ ହାରିଯାଇଥିଲା ।
ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ୱେଷ୍ଟଇଣ୍ଡିଜ୍ ଭଲ ଆରମ୍ଭ କରିନଥିଲା ଏବଂ । ଓ୍ବେଷ୍ଟଇଣ୍ଡିଜ ଏକଦା ୧୩ ଓଭରରେ ୭ ୱିକେଟ୍ ହରାଇ ୭୬ ରନ୍ କରିଥିଲା। ତେବେ ରଦରଫୋର୍ଡଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଦଳ ଏକ ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ରଦରଫୋର୍ଡ ୩୯ ବଲରେ ୬୮ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ଦୁଇଟି ଚୌକା ଓ ୬ଟି ଛକା ସାମିଲ ଥିଲା। ତାଙ୍କ ଇନିଂସ ସହାୟତାରେ ୱେଷ୍ଟଇଣ୍ଡିଜ୍ ୯ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା।
ଆଫଗାନିସ୍ତାନ ବିପକ୍ଷ ଗତ ମ୍ୟାଚରେ ୭୫ ରନରେ ଆଉଟ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୫୦ ରନର ବିଜୟ ଲକ୍ଷ୍ୟ ଜବାବରେ କେବଳ ୯ ୱିକେଟ୍ ବିନିମୟରେ ୧୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୪୦ ରନ୍ କରିଥିଲେ।
ୱେଷ୍ଟଇଣ୍ଡିଜ୍ ତରଫରୁ ଜୋସେଫ୍ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିବାବେଳେ ଗୁଦାକେଶ ମୋତି ୨୫ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ।
ଗତ ତିନିଟି ଦିନିକିଆ ବିଶ୍ୱକପ ଏବଂ ଅନେକ ଟି-୨୦ ବିଶ୍ୱକପ୍ରେ ଅନ୍ତତଃ ସେମିଫାଇନାଲ ଖେଳିଥିବା ନ୍ୟୁଜିଲ୍ୟାଣ୍ଡ ଦଳ କିନ୍ତୁ ଏଥର ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହେବା ଦ୍ୱାରଦେଶରେ ପହଞ୍ଚିଛି।
ଅନ୍ୟପକ୍ଷରେ ଦୁଇଥର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ୨୦୨୧ରେ ସୁପର ୧୨ରୁ ବାହାରେ ହୋଇଥିବାବେଳେ ୨୦୨୨ରେ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରି ନଥିଲା ।
ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Next ArticleCM Mohan Majhi Pays Tributes to Utkalamani Gopabandhu Das at Suando
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
