न्यूज़रूम ओडिशा
ब्रेकिंग
ओडिया समाचार

‘ହମାରେ ବାରା’ର ରିଲିଜ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଅନ୍ନୁ କପୁରଙ୍କ ଫିଲ୍ମ ‘ହାମାରେ ବାରା’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଏହି ଫିଲ୍ମ ଜୁନ୍ ୧୪ରେ ମୁକ୍ତିଲାଭ ହେବାର ଥିଲା । ଏହି ଫିଲ୍ମରେ ଇସଲାମ ଧର୍ମ ଏବଂ ବିବାହିତ ମୁସଲିମ ମହିଳାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗର ସଜ୍ଞାନ ନେଇ ସୁପ୍ରିମକୋର୍ଟ ଏହାର ରିଲିଜ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଜଷ୍ଟିସ ବିକ୍ରମ ନାଥଙ୍କ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଅବକାଶ କାଳୀନ ଖଣ୍ଡପୀଠ ଆବେଦନକାରୀ ଅଜହର ବାଶା ତାମ୍ବୋଲିଙ୍କ ପକ୍ଷରୁ [...]

Admin•13 जून 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଅନ୍ନୁ କପୁରଙ୍କ ଫିଲ୍ମ ‘ହାମାରେ ବାରା’ର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଏହି ଫିଲ୍ମ ଜୁନ୍ ୧୪ରେ ମୁକ୍ତିଲାଭ ହେବାର ଥିଲା । ଏହି ଫିଲ୍ମରେ ଇସଲାମ ଧର୍ମ ଏବଂ ବିବାହିତ ମୁସଲିମ ମହିଳାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗର ସଜ୍ଞାନ ନେଇ ସୁପ୍ରିମକୋର୍ଟ ଏହାର ରିଲିଜ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ଜଷ୍ଟିସ ବିକ୍ରମ ନାଥଙ୍କ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଅବକାଶ କାଳୀନ ଖଣ୍ଡପୀଠ ଆବେଦନକାରୀ ଅଜହର ବାଶା ତାମ୍ବୋଲିଙ୍କ ପକ୍ଷରୁ ହାଜର ଓକିଲ ଫୌଜିଆ ଶକିଲଙ୍କ ଯୁକ୍ତିକୁ ଗ୍ରହଣ କରି ଏହି ଆବେଦନ ଉପରେ ତ୍ୱରିତ ନିଷ୍ପତ୍ତି ନେବାକୁ ବମ୍ବେ ହାଇକୋର୍ଟକୁ କହିଛନ୍ତି।

ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇ ଖଣ୍ଡପୀଠ କହିଛନ୍ତି, “ଆମେ ସକାଳେ ଫିଲ୍ମର ଟ୍ରେଲର୍ ଦେଖିଥିଲୁ । ଟ୍ରେଲରରେ ଆପତ୍ତିଜନକ ସଂଳାପ ଏବେ ବି ରହିଛି।”

ବମ୍ବେ ହାଇକୋର୍ଟ ଏହି ଆବେଦନର ଶୁଣାଣି ନକରିବା ପର୍ଯ୍ୟନ୍ତ ଖଣ୍ଡପୀଠ ଫିଲ୍ମର ରିଲିଜ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ଏହି ଚଳଚ୍ଚିତ୍ର ଜୁନ୍ ୧୪ରେ ମୁକ୍ତିଲାଭ କରିବାର ଥିଲା । ତେବେ ଇତି ମଧ୍ୟରେ କର୍ଣ୍ଣାଟକରେ ଏହାର ରିଲିଜ ଉପରେ ନିଷେଧାଦେଶ ଜାରି ହୋଇସାରିଛି।

#Odia#Odisha#News
Share Article:

Related Articles