न्यूज़रूम ओडिशा
ब्रेकिंग
ओडिया समाचार

ଟି-୨୦ ବିଶ୍ୱକପ: ସୁପର-୮ରେ ଆଫଗାନିସ୍ତାନ

ତୌରୁବା: ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସୁପର-୮ରେ ସ୍ଥାନ ପାଇଛି। ଦଳ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ସି’ ମ୍ୟାଚରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ପରାସ୍ତ କରିଛି। ଟସ୍ ଜିତିବା ପରେ ଆଫଗାନିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପପୁଆ ନ୍ୟୁ ଗିନି ୧୯.୫ ଓଭରରେ ୯୫ ରନରେ ଅଲ୍ଆଉଟ୍ ହୋଇଥିଲେ। ଫଜଲହକ୍ ଫାରୁକି ୪ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଏହାର ଜବାବରେ ଆଫଗାନିସ୍ତାନ ୧୫.୧ ଓଭରରେ [...]

Admin•14 जून 2024
Share Article:

ତୌରୁବା: ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସୁପର-୮ରେ ସ୍ଥାନ ପାଇଛି। ଦଳ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ସି’ ମ୍ୟାଚରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ପରାସ୍ତ କରିଛି।

ଟସ୍ ଜିତିବା ପରେ ଆଫଗାନିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପପୁଆ ନ୍ୟୁ ଗିନି ୧୯.୫ ଓଭରରେ ୯୫ ରନରେ ଅଲ୍ଆଉଟ୍ ହୋଇଥିଲେ। ଫଜଲହକ୍ ଫାରୁକି ୪ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଏହାର ଜବାବରେ ଆଫଗାନିସ୍ତାନ ୧୫.୧ ଓଭରରେ ୩ ୱିକେଟ୍ ହରାଇ ଟାର୍ଗେଟକୁ ଗୋଡ଼ାଇଥିଲା। ଗୁଲବାଦ୍ଦିନ ନାଏବ ୪୯ ରନର ଅପରାଜିତ ଇନିଂସ ଖେଳିଥିଲେ।

ଆଫଗାନିସ୍ତାନର ଏହା କ୍ରମାଗତ ତୃତୀୟ ବିଜୟ। ଦଳ ୬ ପଏଣ୍ଟ ସହ ଗ୍ରୁପ୍ ସି’ର ଶୀର୍ଷ ସ୍ଥାନ ହାସଲ କରି ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ଗ୍ରୁପରୁ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ସୁପର ୮ରେ ପହଞ୍ଚିଛି ।

ପପୁଆ ନ୍ୟୁ ଗିନି ପାୱାରପ୍ଲେରେ ହିଁ ମାତ୍ର ୩୦ ରନରେ ୫ ୱିକେଟ୍ ହରାଇଥିଲା। ଏହା ପରେ ଚାଡ ସୋପର ଏବଂ କିପଲିଙ୍ଗ ଡୋରିଗା ଇନିଂସ ସମ୍ଭାଳିବା ଚେଷ୍ଟା କରିଥିଲେ। କିନ୍ତୁ, ଚାଡ ସୋପର ଦଶମ ଓଭରରେ ନୁର ଅହମ୍ମଦଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।

ଅଷ୍ଟମ ୱିକେଟ୍ ପାଇଁ ଏଲି ନୋ ଏବଂ ଡୋରିଗା ମଧ୍ୟରେ ୩୮ ରନ୍ ର ସର୍ବାଧିକ ଭାଗିଦାରୀ ହୋଇଥିଲା | ଏହି ଭାଗିଦାରୀକୁ ନୁର ଅହମ୍ମଦ ଭାଙ୍ଗିଥିଲେ। ସେ ୨୭ ରନରେ ଡୋରିଗାଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ | ଦଳ ଶେଷରେ ୧୯.୫ ଓଭରରେ ମାତ୍ର ୯୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପପୁଆ ନ୍ୟୁ ଗିନିର ୪ ଜଣ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଫାରୁକି ୩ଟି ୱିକେଟ୍ ନେଇଥିବା ବେଳେ ନବୀନ ଉଲ ହକ ୨ଟି ୱିକେଟ୍ ନେଇଥିଲେ। ନୁର ଅହମ୍ମଦ ଗୋଟିଏ ସଫଳତା ପାଇଥିଲେ |

#Odia#Odisha#News
Share Article:

Related Articles